fbpx

୭୫ ପ୍ରତିଶତ କମ୍ପାନୀଙ୍କୁ ମିଳୁନାହାନ୍ତି ଯୋଗ୍ୟ ବ୍ୟକ୍ତି: ଭାରତ ସହ ୪୦ଟି ଦେଶର ସ୍ଥିତି କ’ଣ, ଜାଣନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ବେକାରୀ ହେଉଛି ଭାରତବର୍ଷର ଏକ ବଡ଼ ସମସ୍ୟା । ତେବେ ଏକଥା ଆପଣମାନେ ଶୁଣି ଆଶ୍ଚର୍ଯ୍ୟ ହେବ ଯେ, ବିଶ୍ୱର ୭୫ ପ୍ରତିଶତ କମ୍ପାନୀଙ୍କୁ ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଯୋଗ୍ୟ ବ୍ୟକ୍ତି ମିଳୁ ନାହାନ୍ତି । ଭାରତର ସ୍ଥିତି ଏହି ମାମଲାରେ ବହୁତ ଖରାପ । ଗତ ୧୬ ବର୍ଷ ମଧ୍ୟରେ ବର୍ତ୍ତମାନ ସବୁଠାରୁ ବଡ଼ କ୍ରାଇସିସ୍ ଦେଖିବାକୁ ମିଳିଛି ବୋଲି ଏକ ରିପୋର୍ଟରେ କୁହାଯାଇଛି ।

ବର୍ତ୍ତମାନ ସାରା ବିଶ୍ୱ ଭୀଷଣ ସଙ୍କଟ ଦେଇ ଗତି କରୁଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚାକିରିର ଅଭାବ ନାହିଁ, ଅଭାବ ରହିଛି ଉପଯୁକ୍ତ ପ୍ରତିଭାଙ୍କର । ବିଶ୍ୱର ୭୫ ପ୍ରତିଶତ କମ୍ପାନୀଙ୍କୁ ସେମାନଙ୍କର ଇଚ୍ଛା ମୁତାବକ ଚାକିରିଆ ମିଳୁନାହାନ୍ତି । ଗତ ୨୦୦୬ରୁ ୨୦୨୨ ପର୍ଯ୍ୟନ୍ତ ଡାଟାକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି ।

୨୦୦୬ରେ ୪୦ ପ୍ରତିଶତ, ୨୦୦୭ରେ ୪୧, ୨୦୦୮ରେ ୩୧, ୨୦୦୯ରେ ୩୦, ୨୦୧୦ରେ ୩୧, ୨୦୧୧ରେ ୩୪, ୨୦୧୨ରେ ୩୪, ୨୦୧୩ରେ ୩୫, ୨୦୧୪ରେ ୩୬, ୨୦୧୫ରେ ୩୮, ୨୦୧୬ରେ ୪୦, ୨୦୧୮ରେ ୪୫, ୨୦୧୯ରେ ୫୪, ୨୦୨୧ରେ ୬୯, ୨୦୨୨ରେ ୭୫ ପ୍ରତିଶତ କମ୍ପାନୀଙ୍କୁ ଯୋଗ୍ୟ ଲୋକ ମିଳିନଥିଲେ ।

ଶିକ୍ଷା, ସ୍ୱାସ୍ଥ୍ୟ, ଓ ସରକାରୀ କ୍ଷେତ୍ରରେ ୭୬ ପ୍ରତିଶତ ଟ୍ୟାଲେଣ୍ଟ ଅଭାବ ରହିଛି । ସେହିପରି ଆଇଟି, ଟେକ୍ନୋଲୋଜିରେ ୭୬, ମାନୁଫାକଚରିଂରେ ୭୬, ବ୍ୟାଙ୍କିଂ ଓ ଫାଇନାନ୍ସରେ ୭୫, ହୋଲସେଲ ଓ ରିଟେଲ ଟ୍ରେଡରେ ୭୫, ରେଷ୍ଟୁରାଣ୍ଟ ଓ ହୋଟେଲରେ ୭୪, କନଷ୍ଟ୍ରକସନରେ ୭୨ ପ୍ରତିଶତ ପ୍ରତିଭା ଅଭାବ ରହିଛି ।

ବିଶ୍ୱର ବିଭିନ୍ନ ଦେଶରେ ଯୋଗ୍ୟ ବ୍ୟକ୍ତିଙ୍କର ଅଭାବ ରହିଛି । ତାଇୱାନରେ ୮୮ ପ୍ରତିଶତ, ପର୍ତ୍ତୁଗାଲରେ ୮୫, ସିଙ୍ଗାପୁରରେ ୮୪, ଚୀନରେ ୮୩, ହଂକଂରେ ୮୩, ଭାରତରେ ୮୩, ରୋମାନିଆରେ ୮୨, ଅଷ୍ଟ୍ରେଲିଆରେ ୮୧, ବ୍ରାଜିଲରେ ୮୧, ସ୍ପେନରେ ୮୦, ଫ୍ରାନ୍ସରେ ୭୯, ଜର୍ମାନୀରେ ୭୯, ଆୟରଲ୍ୟାଣ୍ଡରେ ୭୯, ଗ୍ରୀସରେ ୭୮, ସାଉଥ ଆଫ୍ରିକାରେ ୭୮, ବ୍ରିଟେନରେ ୭୮, କାନାଡ଼ାରେ ୭୭, ଗ୍ୱାଟମାଲାରେ ୭୭, ସ୍ୱିଡେନରେ ୭୭, ଅଷ୍ଟ୍ରିଆରେ ୭୬, ବେଲଜିୟମରେ ୭୬, ହଙ୍ଗେରୀରେ ୭୫, ଇସ୍ରାଏଲରେ ୭୪, ଜାପାନରେ ୭୪, ସ୍ୱିଜରଲାଣ୍ଡରେ ୭୪, ଆମେରିକାରେ ୭୪, ଆର୍ଜେଣ୍ଟିଆରେ ୭୩, ଇଟାଲିରେ ୭୨, ତୁର୍କିରେ ୭୧, ଫିନଲାଣ୍ଡରେ ୭୦, ନରୱେରେ ୭୦, ପୋଲାଣ୍ଡରେ ୭୦, ପେରୁରେ ୬୭, କୋଷ୍ଟା ରିକାରେ ୬୬, ନେଦରଲ୍ୟାଣ୍ଡସରେ ୬୬, ମେକ୍ସିକୋରେ ୬୫, ପାନାମାରେ ୬୪, କୋଲମ୍ବୋରେ ୬୧, ସ୍ଲୋଭାକିଆରେ ୫୬, ଚେକ ରିପବ୍ଲିକରେ ୪୯ ପ୍ରତିଶତ ଟ୍ୟାଲେଣ୍ଟ ମିଳୁନାହାନ୍ତି ।

ଯଦି ଭାରତ କଥା କହିବା ତେବେ ଏଠାରେ ଅଶିକ୍ଷିତଙ୍କ ଅପେକ୍ଷା ଶିକ୍ଷିତ ବେକାରୀ ଅଧିକ ରହିଛନ୍ତି । ଏନେଇ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଥିଲେ । ଦେଶରେ ଗ୍ରାଜୁଏଟ ବେକାରୀ ହାର ୧୭ ପ୍ରତିଶତ ରହିଥିବା ଅଶିକ୍ଷିତଙ୍କ ହାର ମାତ୍ର ୦.୬ ପ୍ରତିଶତ ରହିଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି । ଆଗାମୀ ସମୟରେ ଦେଶର ୯୮.୫ ପ୍ରତିଶତ ଇଞ୍ଜିନିୟର ଚାକିରି ଯୋଗ୍ୟ ହେବେ ନାହିଁ ବୋଲି ଜାତୀୟ ରୋଜଗାରକ୍ଷମତା ରିପୋର୍ଟେ କୁହାଯାଇଛି ।

Get real time updates directly on you device, subscribe now.