fbpx

ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଛତିଶଗଡ ଲଗାଇଲା ମୁଖ୍ୟମନ୍ତ୍ରୀଙ୍କ ଫଟୋ, ଜୋର ଧରିଲା ରାଜନୀତି

Advertisement

ର।ୟପୁର : ଦେଶରେ କରୋନା ମୁକାବିଲାକୁ ନେଇ ଏକଜୁଟତା ଦେଖିବାକୁ ମିଳୁଛି। କିନ୍ତୁ ଅନ୍ୟପଟେ ଟିକାକରଣକୁ ନେଇ ରାଜନୀତି ମଧ୍ୟ ହେଉଛି । ଏହା ମଧ୍ୟରେ ଟିକାକରଣ ଅଭିଯାନ ସମୟରେ ମିଳୁଥିବା ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ହଟିବା ଆରମ୍ଭ ହୋଇ ଯାଇଛି । ଝାଡଖଣ୍ଡ ପରେ ଏବେ ଛତିଶଗଡରେ ୧୮ ରୁ ୪୪ ବର୍ଷ ବର୍ଗର ଟିକାକରଣ ସମୟରେ ଲୋକଙ୍କୁ ଦିଆଯାଉଥିବା ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଫଟୋ ରହିଛି । ଶୁକ୍ରବାରଠୁ ଏହି ଧରଣର ପ୍ରମାଣ ପତ୍ର ବଂଟନ ଆରମ୍ଭ ହୋଇ ଯାଇଛି । ଏହା ପୂର୍ବରୁ ବୁଧବାର ଝାଡଖଣ୍ଡ ସରକାର ନିଜ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇ ସାର୍ଟିଫିକେଟ୍ ବାଂଟିବା ଆରମ୍ଭ କରିଥିଲେ ।

ଏହାକୁ ନେଇ ମୁଖ୍ୟ ବିରୋଧୀ ଦଳ ଭାରତୀୟ ଜନତା ପାର୍ଟି(ବିଜେପି) ଆପତି ଉଠାଇଛି । ଦଳ ଛତିଶଗଡ ରାଜ୍ୟ ସରକାରଙ୍କ ଏହି ଧରଣର କାର୍ଯ୍ୟର ସମାଲୋଚନା କରି କହିଛି ଯେ, କ୍ଷମତାସୀନ କଂଗ୍ରେସ ପାର୍ଟି ଟିକାକରଣ ପରିବର୍ତେ ଫଟୋ ପ୍ରଚାର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରୁଛି । ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଭ୍ୟାକ୍ସିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବଦଳରେ ଭୂପେଶ ବଘେଲଙ୍କ ଫଟୋ ଲଗାଇବା ନେଇ ସଫେଇ ଦେଇଛି ।

ଛତିଶଗଡ ସ୍ୱାସ୍ଥ୍ୟ ମନ୍ତ୍ରୀ ଟିଏସ ସିଂହ ଦେବ ରବିବାର କହିଛନ୍ତି, ରାଜ୍ୟ ସରକାର ୧୮ ରୁ ୪୪ ବର୍ଷ ମଧ୍ୟରେ ଲୋକଙ୍କ ଟିକାକରଣ ଖର୍ଚ୍ଚ ନିଜେ ବହନ କରୁଛନ୍ତି । ତେଣୁ ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ବଦଳରେ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲଙ୍କ ଫଟୋ ଥିବା ସାର୍ଟିଫିକେଟ୍ ଦିଆଯାଉଛି । ତାଙ୍କ ମତରେ ଯଦି ସରକାର ଟିକା ଖର୍ଚ୍ଚ ନିଜେ ବହନ କରୁଛନ୍ତି ତେବେ ପ୍ରମାଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ କଣ ପାଇଁ ବ୍ୟବହାର କରି ପାରିବ ନାହିଁ ।

ସେ କହିଛନ୍ତି, କେନ୍ଦ୍ର ସରକାର ୪୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକଙ୍କ ଟିକାକରଣ ଖର୍ଚ୍ଚ ଉଠାଉଛନ୍ତି । ତେଣୁ ଉକ୍ତ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋରେ କୌଣସି ପରିବର୍ତନ କରାଯାଇ ନାହିଁ । ରାଜ୍ୟର ବରିଷ୍ଠ ନେତା ବୃଜମୋହନ ଅଗ୍ରୱାଲ କହିଛନ୍ତି, ସମଗ୍ର ଦେଶ କେନ୍ଦ୍ର ସରକାରଙ୍କ ଆପ୍ ବ୍ୟବହାର କରୁଛି । ଏହି ଆପ୍ ବହୁତ ଭଲ କାମ କରୁଛି ଏବଂ ଲୋକଙ୍କୁ ସେବା ଯୋଗାଇବାରେ ବେଶ ସହାୟକ ହୋଇଛି । କିନ୍ତୁ କେବଳ ଫଟୋ ପାଇଁ ରାଜ୍ୟ ସରକାର ନିଜର ଆପ୍ ଲଂଚ କରୁଛନ୍ତି । ଏଥିରେ ପ୍ରଶ୍ନ ଉଠିବ ଯେ, କଣ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ପ୍ରମାଣ ପତ୍ର ବିଦେଶ ଯାତ୍ରା ପାଇଁ ଯୋଗ୍ୟ ହେବ କି ?

Get real time updates directly on you device, subscribe now.