fbpx
BSKY
BJD MC SKY
BJD YOUTH SKY

ଶ୍ରୀମନ୍ଦିର ପ୍ରସଙ୍ଗରେ ରାଜରାସ୍ତାକୁ ଓହ୍ଲାଇଲେ ସେବାୟତ, ଏନଏମଏଙ୍କୁ ଚିଠି ଲେଖିଲେ ମୁଖ୍ୟ ପ୍ରଶାସକ

ପୁରୀ, ୭ା୨ (ଓଡିଶା ଭାସ୍କର): ସାଢ଼େ ଚାରି କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କଙ୍କୁ କରାଯାଇଛି ଅପମାନ । ଜୀବନ୍ତ ଠାକୁର ବିରାଜମାନ କରୁଥିବା ଶ୍ରୀମନ୍ଦିରକୁ ଏକ ସ୍ମାରକୀ ଭାବେ ବିବେଚନା କରିବା କେତେଦୂର ଠିକ୍? ଜାତୀୟ ସ୍ମାରକୀ ପ୍ରାଧିକରଣ ଏକ ବିଜ୍ଞପ୍ତିରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ଏକ ସ୍ମାରକୀ ଭାବେ ଦର୍ଶାଇଛନ୍ତି । ଏହି ବିଜ୍ଞପ୍ତିକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ।

ଜାତୀୟ ସ୍ମାରକ ପ୍ରାଧିକରଣ (ଏନଏମଏ)ର ପ୍ରସ୍ତାବିତ ଅଧିନିୟମରେ ପୁରୀ ଶ୍ରୀମନ୍ଦିରର ୧୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଛି । ଏତଦବ୍ୟତୀତ ଶଙ୍କରାଚାର୍ଯ୍ୟ ମନ୍ଦିର, ତ୍ରିନାଥ ମନ୍ଦିର, ଭୁବନେଶ୍ୱରର ଅନନ୍ତ ବାସୁଦେବ ମନ୍ଦିର ସହ ଅନ୍ୟ ମନ୍ଦିର ପାଇଁ ମଧ୍ୟ ଅଧିନିୟମ ପ୍ରସ୍ତୁତ ହୋଇଛି ।

ଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ ଏକ ସ୍ମାରକୀ ଭାବେ ବିବେଚନା କରିବା ସମଗ୍ର ଓଡ଼ିଆ ଜାତି ପାଇଁ ଏକ ଅପମାନ ଅଟେ । ଏହି ଘଟଣାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଶ୍ରୀମନ୍ଦିର ସେବାୟତମାନେ । ଏହି ଘଟଣାକୁ ପୁରୀ ସାଂସଦ ପିନାକୀ ମିଶ୍ର ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କର ଏହା ଏକ ଷଡ଼ଯନ୍ତ୍ର ବୋଲି ଟ୍ୱିଟ୍ ମାଧ୍ୟମରେ ନିଜର ମତାମତ ରଖିଛନ୍ତି । ତେବେ ଜନସାଧାରଣଙ୍କ କ୍ଷତି ହେବା ଭଳି କୌଣସି ପଦକ୍ଷେପ କେନ୍ଦ୍ର ସରକାର ଗ୍ରହଣ କରିବେ ନାହିଁ ବୋଲି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରିଛନ୍ତି । ଧର୍ମେନ୍ଦ୍ର ଏନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିଛନ୍ତି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏନଏମଏଙ୍କୁ ଅଧିନିୟମ ପ୍ରତ୍ୟାହାର ଦାବିରେ ଚିଠି ଲେଖିଥିବା ଜଣାଯାଇଛି ।

Get real time updates directly on you device, subscribe now.