ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ହେଲିକପ୍ଟରର ଜରୁରୀକାଳୀନ ଅବତରଣ, ସାମ୍ନାକୁ ଆସିଲା କାରଣ

ନୂଆଦିଲ୍ଲୀ: ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡର ପିଥୋରାଗଡ଼ରେ ହେଲିକ୍ଟପରର ଇମର୍ଜେନ୍ସି କରାଯାଇଛି। ତାଙ୍କ ସହ ରାଜ୍ୟର ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜୟ କୁମାର ଜୋଗଦଣ୍ଡେ ମଧ୍ୟ ଉପସ୍ଥିତ ଥିଲେ। ଏହି ହେଲିକପ୍ଟରଟି ପିଥୋରାଗଡରୁ ମିଲମ ଆଡକୁ ଯାଉଥିଲା। ଏହାରି ମଧ୍ୟରେ ଖରାପ ମୌସୁମୀ ଯୋଗୁଁ ଦିନ ୧ଟାରେ ହେଲିକପ୍ଟରଟି ଜରୁରୀକାଳୀନ ଅବତରଣ କରିଥିଲା। ଡିଏମ ସଇସି ସହ କଥା ହୋଇ କହିଛନ୍ତି ଯେ, ସେ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି।

ରାଜୀବ କୁମାର ଦେଶର ୨୫ ତମ ମୁଖ୍ୟ ନିର୍ବାଚନ କମିଶନର ଅଟନ୍ତି। ସେ ୧୫ ମେ ୨୦୨୨ରେ ଏହି ଦାୟିତ୍ୱଭାର ଗ୍ରହଣ କରିଥିଲେ ଏବଂ ୧୮ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଭାରତୀୟ ପ୍ରଶାସନିକ ସେବାର ୧୯୮୪ ବ୍ୟାଚର ଅଧିକାରୀ ରାଜୀବ କୁମାର ନିଜର ଲମ୍ବା ପ୍ରଶାସନିକ କ୍ୟାରିୟରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.