fbpx

ହକି ବିଶ୍ୱକପ ଉଦ୍‍ଘାଟନୀ ଉତ୍ସବରେ ଦୁଲୁକିବ ବାରବାଟୀ ଷ୍ଟାଡିୟମ, ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ

Advertisement

କଟକ: ଏଫ୍‍ଆଇଏଚ୍‍ ପୁରୁଷ ହକି ବିଶ୍ୱକପ୍‍କୁ ନେଇ ସାରା ରାଜ୍ୟ ଏବେ ଚଳଚଞ୍ଚଳ । ଆଜି ସନ୍ଧ୍ୟାରେ କଟକ ବାରବାଟୀ ଷ୍ଟାଡିୟମରେ ପୁରୁଷ ହକି ବିଶ୍ୱକପ୍‍-୨୦୨୩ର ଉଦ୍‍ଘାଟନୀ ସମାରୋହ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡ଼ା ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଏହି କାର୍ଯ୍ୟକ୍ରମର ଉଦ୍‍ଘାଟନୀ ସମାରୋହରେ ଯୋଗଦେବେ । ୧୬ଟି ରାଷ୍ଟ୍ର ସମେତ ପୂରା ଦେଶବାସୀ ଏହି କାର୍ଯ୍ୟକ୍ରମକୁ ଦେଖିପାରିବେ । ଷ୍ଟାଡିୟମରେ ଅପରାହ୍ନ ୩ଟାରୁ ଦର୍ଶକଙ୍କ ପ୍ରବେଶ ଆରମ୍ଭ ହେବ । ଏଥିପାଇଁ ବାରବାଟୀ ଷ୍ଟାଡିୟମ୍‍ ସମେତ ସାରା ସହର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଛି ।

ଆଜି ପୂର୍ବାହ୍ଣରେ କଟକ ମହାନଗର ନିଗମ ପକ୍ଷରୁ ହକି ବିଶ୍ୱକପ୍‍ ଟ୍ରଫିକୁ ସ୍ୱାଗତ କରାଯିବା ସହ ସହର ପରିକ୍ରମା କରାଯାଇଛି । ସେହିପରି ଏହି ଆୟୋଜନର ସିଧା ପ୍ରସାରଣ ଦେଖିବା ପାଇଁ ଅପରାହ୍ଣ ଗୋଟାଏରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କରାଯାଇଛି । ଷ୍ଟାଡିୟମ୍‍ରେ ପ୍ରାୟ ୪୫ହଜାର ଦର୍ଶକ ଏହି କାର୍ଯ୍ୟକ୍ରମ ଉପଭୋଗ କରିବା ପାଇଁ ବ୍ୟବସ୍ଥା କରାଯାଇଛି । ଷ୍ଟାଡିୟମ ପରିସରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୫୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି ।

କଟକରେ ବିଶ୍ୱକପ୍‍ ହକିର ଉଦ୍‍ଘାଟନକୁ ସ୍ୱାଗତ ଜଣାଇ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲିଯାତ୍ରା ପଡ଼ିଆରେ ହକି ବଲ୍‍ରେ ଏକ ସୁନ୍ଦର ବାଲୁକା କଳାକୃତି ନିର୍ମାଣ କରିଛନ୍ତି । ଅନ୍ୟପକ୍ଷରେ କଟକ ମହାନଗର ନିଗମ ପକ୍ଷରୁ ୧୬ଟି ଫ୍ୟାନ୍‍ପାର୍କ ପାଇଁ ସ୍ଥାନ ଚିହ୍ନଟ କରାଯାଇଛି । ସେଇ ସବୁ ସ୍ଥାନରେ ବଡ଼ ଏଲ୍‍ଇଡି ସ୍କ୍ରିନ୍‍ ଲଗାଯିବା ସହ ଦର୍ଶକଙ୍କ ବସିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି । ଏ ସମ୍ପର୍କରେ କଟକ ମହାନଗର ନିଗମ ମେୟର ସୁବାସ ସିଂ କହିଛନ୍ତ।

Get real time updates directly on you device, subscribe now.