fbpx

୪୫ ଜଣ ବୀମା ମେଡିକାଲ ଅଫିସରଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଇଏସଆଇ ହସ୍ପିଟାଲରେ ନିଯୁକ୍ତି ପାଇଲେ ୪୫ ଜଣ ବୀମା ମେଡିକାଲ ଅଫିସର । ଲୋକସେବା ଭବନରେ ଆୟୋଜିତ ହୋଇଥିବା ନିଯୁକ୍ତି ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଉତ୍ତମ ମାନର ସେବା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାଦ୍ୱାରା ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ସୁଖି ଓଡ଼ିଶା ଲକ୍ଷ ପୂରଣ ହୋଇପାରିବ । ମୋ ପାଇଁ ସବୁ ଜୀବନ ମୁଲ୍ୟବାନ । କେହି ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉନ୍ନୟନ୍ନ କମିଶନର ଅନୁଗର୍ଗ, ବିଭାଗୀୟ ସଚିବ ଆରଏସ ଗୋପାଲନ ପ୍ରମୁଖ ଉପସ୍ଥିତ ଥିଲେ ।

ଇଏସଆଇ ହସ୍ପିଟାଲ ଏବେ ୮ ଲକ୍ଷ ଲୋକଙ୍କ ଚିକିତ୍ସା ଭାର ବହନ କରୁଛି । ମେଡିକାଲରେ କ୍ୟାରିୟର କରିବା ଏକ ମହାନ ପେଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଇଏସଆଇ ମେଡିକାଲ ଅଫିସରମାନଙ୍କୁ ଡିଏସିପି ଓ ଡିଏନବି ସୁବିଧା ମଧ୍ୟ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରେ ଆୟୋଜିତ କାର୍ୟ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶାରଦା ପ୍ରସାଦ ନାୟକ, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗୀୟ ସଚିବ ଆରଏସ ଗୋପାଲନ ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରମ ଓ ଇଏସଆଇ ବିଭାଗ ଅଧିନରେ ଏବେ ୪୫ଟି ହସ୍ପିଟାଲ ଓ ୧୨ଟି ଡିସେପନସରି କାମ କରୁଛି । ଆଗକୁ ଆଉ ୫ଟି ହସ୍ପିଟାଲ ସାମିଲ କରିବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସବୁ ଜୀବନ ମୁଲ୍ୟବାନ, କେହି ବି ଯେମିତି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Get real time updates directly on you device, subscribe now.