fbpx

ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା- ‘ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟିକା’

Advertisement

ଭୁବନେଶ୍ୱର,୨୫ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ସେଥିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାରା ଦେଶ ଆଜି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି । ଗତବର୍ଷଠାରୁ ଏବର୍ଷର ସ୍ଥିତି ଆହୁରି ଭୟଙ୍କର ରହିଛି । ଏଭଳି କଠିନ ସ୍ଥିତି ଭାରତ ଇତିହାସରେ କେବେ ଆସିନଥିଲା । ଏଭଳି ସ୍ଥିତିରେ ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଇଛି । ରାଜ୍ୟର ସୀମାନ୍ତ ଜିଲ୍ଲାରେ ସଂକ୍ରମଣର ଗଭୀର ପ୍ରଭାବ ପଡିଛି । ପରିସ୍ଥିତି ଭୟାବହତାକୁ ବୁଝିବା ଲାଗି ରାଜ୍ୟବାସୀଙ୍କୁ ନବୀନ ଆହ୍ୱାନ ଦେଇଛନ୍ତି ।

ଏହା ସହ ମୁଖ୍ୟମନ୍ତ୍ରୀ ବଡ ଘୋଷଣା କରି କହିଛନ୍ତି ଯେ, ‘ରାଜ୍ୟର ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ କରୋନା ଟିକା ମିଳିବ । ଏବାବଦରେ ରାଜକୋଷରୁ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ ।’

ବଢୁଥିବା ମାମଲକୁ ଦୃଷ୍ଟିରେ ରଖି କୋଭିଡ ନିୟମ ମାନିବାକୁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ‘ରାଜ୍ୟବାସୀ ଦାୟିତ୍ୱ ପ୍ରତି ସଚେତନ ନହେଲେ ସରକାର ସବୁକିଛି କରିପାରିବେ ନାହିଁ । ଜଗନ୍ନାଥଙ୍କ ଆର୍ଶୀବାଦରୁ ରାଜ୍ୟ ଏ ମହାସଂକଟରୁ ଖୁବଶୀଘ୍ର ମୁକୁଳିବ ।’

Get real time updates directly on you device, subscribe now.