fbpx

ବରଗଡ଼ବାସୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, କହିଲେ ଏପରି

ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ବିଜେପୁରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିଯୋଗୁଁ ବରଗଡ଼ର ପ୍ରାୟ ୪ ଲକ୍ଷ ହିତାଧିକାରୀ ସିଧାସଳଖ ଉପକୃତ ହେବେ । ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ସେ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଜିଲ୍ଲାବାସୀଙ୍କୁ ୩୦୦ କୋଟିରୁ ଉଦ୍ଧ୍ୱର୍ କୋଟି ଟଙ୍କାର ପ୍ରକଳ୍ପର ଭେଟି ଦେଇଛନ୍ତି । ରୂପାନ୍ତରିତ ୭୧ଟି ହାଇସ୍କୁଲକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ‘କବି ଗଙ୍ଗାଧର ମେହେରଙ୍କ ପୂଣ୍ୟ ଭୂମି ବିଜେପୁରକୁ ଆସି ମୁଁ ବହୁତ ଖୁସି । ସେ ତାଙ୍କ ପ୍ରତିଭା ଦ୍ୱାରା ଓଡ଼ିଆ ଭାଷା, ସାହିତ୍ୟ ଓ ଜାତିର ଗୌରବ ବୃଦ୍ଧି କରି ଯାଇଛନ୍ତି । ଏହି ଅବସରରେ ତାଙ୍କ ପ୍ରତି ମୋର ଅଶେଷ ଶ୍ରଦ୍ଧାଞ୍ଜଳୀ । ବରଗଡ଼ବାସୀଙ୍କ ଚାଷୀ ଓ ବୁଣାକାର ଭାଇଙ୍କ ଦକ୍ଷତାକୁ ମୁଁ ପ୍ରଣାମ କରୁଛି । କ୍ରୀଡ଼ା କ୍ଷେତ୍ରରେ ବରଗଡ଼ ଆଜି ଦେଶ ପାଇଁ ସୁନାମ ଆଣିଛି । ଆଜି ବରଗଡ଼ ଜିଲ୍ଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲଥ କାର୍ଡ କାର୍ଯ୍ୟକ୍ରମରେ ସାମିଲ ହେଲା । ଏହାଦ୍ୱାରା ଜିଲ୍ଲା ୩ ଲକ୍ଷ ୬୫ ହଜାର ଲୋକ ସୁବିଧା ପାଇବେ ।’

Get real time updates directly on you device, subscribe now.