fbpx

ଡାଇବେଟିସରେ ଏହି ୮ଟି ସ୍ୱାସ୍ଥ୍ୟକର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ନଚେତ୍ ଶରୀର ଉପରେ ପଡ଼ିବ ବିପରୀତ ପ୍ରଭାବ

ଓଡ଼ିଶା ଭାସ୍କର ବ୍ୟୁରୋ: ଡାଇବେଟିସ୍ ହେଉଛି ଏକ ଏପରି ରୋଗ ଯାହାଦ୍ୱାରା ଶରୀରରେ ଇନସୁଲିନ୍ ତିଆରି ହୋଇପାରେ ନାହିଁ । ଉଚ୍ଚ ରକ୍ତଚାପର ଏହି ସମସ୍ୟା ଶରୀରରେ ବିଭିନ୍ନ ପ୍ରକାର ରୋଗକୁ ଡାକି ଆଣିଥାଏ । ଏକ୍ସପର୍ଟ ମାନଙ୍କ କହିବାନୁସାରେ, ଫାଷ୍ଟ ଫୁଡ୍, ହାଇ ସୁଗର୍, ପ୍ରୋଟିନଯୁକ୍ତ ଖାଦ୍ୟ ଓ ହାଇ ଗ୍ଲାଇସେମିକ୍ ଇର୍ଡେକ୍ସ ଭଳି ଜିନିଷ ରକ୍ତ ଚାକୁ ବଢ଼ାଇଥାଏ । କେତେକ ସ୍ୱାସ୍ଥ୍ୟକର ଖାଦ୍ୟରେ ଚର୍ବି, ଚିନି ଏବଂ କାର୍ବୋହାଇଡ୍ରେଟ୍ ଅଧିକ ଥାଏ, ଯାହା ଶରୀରରେ ସୁଗର୍ ର ସ୍ତରକୁ ବୃଦ୍ଧି କରିଥାଏ । ମଧୁମେହରେ ଏହି ସ୍ୱାସ୍ଥ୍ୟକର ଜିନିଷ ଶରୀର ଉପରେ ବିପରୀତ ପ୍ରଭାବ ପକାଇଥାଏ, ତେଣୁ ଏହିଭଳି କିଛି ଖାଦ୍ୟ ଠାରୁ ଦୂରେଇ ରହିବା ଆବଶ୍ୟକ । ଲୋକମାନଙ୍କୁ ମଧୁମେହ ବିଷୟରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ନଭେମ୍ବର ୧୪କୁ ବିଶ୍ୱ ଡାଇବେଟିସ୍ ଦିବସ ଭାବରେ ପାଳନ କରାଯାଏ ।

ତେବେ ମଧୁମେହ ସମୟରେ ଶରୀର ଉପରେ ବିପରୀତ ପ୍ରଭାବ ପକାଉଥିବା କିଛି ସ୍ୱାସ୍ଥ୍ୟକର ଖାଦ୍ୟ ହେଉଛି ଭାତ, କଦଳୀ, ଫ୍ରୁଟ୍ ଜୁସ୍, କଫି, ଫ୍ଲେବର୍ଡ ଓଟସ୍, ମହୁ, ପ୍ରୋଟିନ୍ ବାର୍ ଓ ଡ୍ରାଇଡ୍ ଫ୍ରୁଟ୍ସ । ଏହିସବୁ ଖାଦ୍ୟକୁ ମଧୁମେହ ହୋଇଥିଲେ ଏଡାଇବା ଉଚିତ୍ । ଏହି କ୍ରମରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇବରରେ ଭରପୂର ଥିବା ଚାଉଳ ଶରୀର ଉପରେ ବିପରୀତ ପ୍ରଭାବ ପକାଏ । ଏଥିରେ କାର୍ବୋହାଇଡ୍ରେଟ୍ ପରିମାଣ ବହୁତ ଅଧିକ, ଯାହା ଶରୀରରେ ଚିନି ସ୍ତରକୁ ବଢ଼ାଇଦେଇଥାଏ । ମଧୁମେହ ରୋଗୀଙ୍କ ପାଇଁ ବ୍ରାଉନ୍ ଚାଉଳ ଖାଇବା ଏକ ଉତ୍ତମ ବିକଳ୍ପ ।

ଯଦିଓ ମଧୁମେହ ରୋଗୀଙ୍କ ପାଇଁ ଚିନିର ଏକ ଉତ୍ତମ ବିକଳ୍ପ ଭାବରେ ମହୁକୁ ବିବେଚନା କରାଯାଏ, କିନ୍ତୁ ବେଳେବେଳେ ହାଇ ସୁଗର କଣ୍ଟେଣ୍ଟ କାରଣରୁ ଏହା ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ତେଣୁ ମଧୁମେହ ରୋଗୀମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍। ବଜାରରେ ବିକ୍ରି ହେଉଥିବା ମହୁରେ ଅଧିକ ଚିନି ପରିମାଣ ମଧ୍ୟ ରହିପାରେ । ସେହିପରି ଯଦି ପ୍ରୋଟିନ କଥା କହିବା ତେବେ ୱର୍କଆଉଟ୍ କରିବା ପୂର୍ବରୁ ପ୍ରୋଟିନ୍ ବାର୍ ଖାଇବାଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ । ଏହା ଦ୍ୱାରା ମାଂସପେଶୀ ମଜବୁତ୍ ହୋଇଥାଏ । କିନ୍ତୁ ଏଥିରେ ସୁଗର୍ ଓ କ୍ୟାଲୋରୀ ଅଧିକ ରହିଥାଏ ତେଣୁ ମଧୁମେହ ରୋଗୀ ମାନେ ଏହାକୁ ଖାଇବା ଆଦୌ ଉଚିତ୍ ନୁହେଁ ।

Get real time updates directly on you device, subscribe now.