fbpx

Poll Counting-2024; ପଛରେ ପଡ଼ିଗଲେ ଖୋଦ୍ ମୁଖ୍ୟମନ୍ତ୍ରୀ: କଣ୍ଟାବାଞ୍ଜି ଆସନରେ ବଦଳିଗଲା ଟ୍ରେଣ୍ଡ

ଓଡ଼ିଶା ଭାସ୍କର: ଓଡ଼ିଶା ନିର୍ବାଚନର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର । ଭୋଟ ଗଣତି ସମୟରେ ପ୍ରତିଟି ଆସନରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ । କଣ୍ଟାବାଞ୍ଜି ବିଧାନସଭା ଆସନରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଛି । ପ୍ରଥମ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏହି ଟ୍ରେଣ୍ଡ ବଦଳିଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଖୋଦ୍ ରାଜ୍ୟର ମୁଖ୍ୟମନ୍ତ୍ରୀ ହିଁ ପଛରେ ପଡ଼ି ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଅତିକ୍ରମ କରି ବିଜେପିର ଲକ୍ଷ୍ମଣ ବାଗ ଆଗେଇ ଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷା ଲକ୍ଷ୍ମଣ ୫୨୧ ଖଣ୍ଡ ଭୋଟ ଆଗରେ ରହିଥିବା ସୂଚନା ମିଳିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କୁ ମୋଟ ୫ ହଜାର ୩ ଖଣ୍ଡ ଭୋଟ ମିଳିଥିବା ବେଳେ ଲକ୍ଷ୍ମଣ ବାଗ ୫,୫୨୪ ଖଣ୍ଡ ଭୋଟ ପାଇଛନ୍ତି । ତେବେ ଏହି ଟ୍ରେଣ୍ଡ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.