fbpx
BJD SKY
BJD SKY

ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା: ବାଲେଶ୍ୱର ଜିଲ୍ଲାପାଳଙ୍କୁ SRC କ୍ଷମତା ଦେଲେ ମୁଖ୍ୟମନ୍ତ୍ରୀ

BJD

ଭୁବନେଶ୍ୱର: ବନ୍ୟା ପରିଚାଳନା ପାଇଁ ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏସଆରସି କ୍ଷମତା । ବାଲେଶ୍ୱର ଜିଲ୍ଲାପାଳଙ୍କୁ ସ୍ୱତନ୍ତ୍ର କ୍ଷମତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୁବର୍ଣ୍ଣରେଖାରେ ବଡ଼ ଧରଣର ବନ୍ୟା ଆଶଙ୍କାରେ ଏଭଳି ପଦକ୍ଷେପ ନିଆଯାଇଛି । ଏହା ସହ ଉଦ୍ଧାର କାର୍ଯ୍ୟରେ ସ୍ୱତନ୍ତ୍ର ହେଲିକପ୍ଟର ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ସୁବର୍ଣ୍ଣରେଖା ଅବବାହିକାରେ ଆସୁଛି ବଡ଼ ବନ୍ୟା । ଏନେଇ ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବନ୍ୟାରେ ବାଲେଶ୍ୱର ଜିଲ୍ଲାର ଲୋକେ ଅଧିକ ପ୍ରଭାବିତ ହେବେ । ବାଲେଶ୍ୱରର ୪ଟି ବ୍ଲକରେ ଅଧିକ ପ୍ରଭାବ ପଡ଼ିବ । ବାଲିଆପାଳ, ଭୋଗରାଇ, ଜଳେଶ୍ୱର ଓ ବସ୍ତା ବ୍ଲକର ଲୋକେ ଅଧିକ ପ୍ରଭାବିତ ହେବେ ।

ଆଜି ଅପରାହ୍ନରୁ ବନ୍ୟାର ପ୍ରକୋପ ଆରମ୍ଭ ହେବ । ଆସନ୍ତାକାଲି ସନ୍ଧ୍ୟା ପର୍ଯ୍ୟନ୍ତ ବାଲେଶ୍ୱରରେ ପିକ୍ ଫ୍ଲଡ ରହିବ । ଗାଲୁଡିହ ବ୍ୟାରେଜର ଖୋଲା ରହିଛି ୧୬ଟି ଗେଟ୍ । ଏବେ ୧୬ଟି ଗେଟ୍ ଦେଇ ୬ ଲକ୍ଷ କ୍ୟୁସେକ୍ ପାଣି ଭିତରକୁ ଆସୁଛି । ଜାମଶୋଳାଘାଟରେ ବିପଦ ସାଙ୍କେତଠାରୁ ୪ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି ବୋଲି ଏସଆରସି କହିଛନ୍ତି ।

Get real time updates directly on you device, subscribe now.