fbpx

ରାଜଧାନୀରେ ଚାଞ୍ଚଲ୍ୟ, ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଆତ୍ମହତ୍ୟା ବଢିଚାଲିଛି। ଆଜି ପୁଣି ଜଣେ ମହିଳାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ମହିଳା ଜଣେ ଇଞ୍ଜିନିୟର ଅଟନ୍ତି। ଶୈଳଶ୍ରୀବିହାର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଯୁବତୀଙ୍କ ଏହି ମୃତଦେହ ଉଦ୍ଧାର ହୋଇଛି। ଯୁବତୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ମୃତ ଯୁବତୀ ହେଲେ ଶ୍ୱେତା ଉତ୍କଳ କୁମାରୀ। ଶ୍ୱେତାଙ୍କ ଘର ଭଦ୍ରକ, ସେ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରି କରୁଥିଲେ ବୋଲି ସୂଚନା ମିଳିଛି।

Get real time updates directly on you device, subscribe now.