fbpx

ତାଳଦଣ୍ଡା କେନାଲର ପ୍ରଶସ୍ତ ରାସ୍ତାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

କଟକ,୧୦ ।୧୦(ଓଡିଶା ଭାସ୍କର): କଟକ ସହରର ନବକଳେବର ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ଶେଷ ହୋଇଛି । ତାଳଦଣ୍ଡା କେନାଲର ପ୍ରଶସ୍ତ ରାସ୍ତାକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ । ମାର୍ଚ୍ଚ ୫ରେ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ ନବୀନ । ଭର୍ଚୁଆଲ ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି । ସେ କହିଛନ୍ତି ଯେ, କଟକ ବଡ ଡାକ୍ତରଖାନା ଭଲ ଚିକିତ୍ସା ପାଇଁ ରାଜ୍ୟ ବାହାରେ ବି ପରିଚିତ । କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଜନସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ କଟକ ସହରର ମୁଖ୍ୟ ସମସ୍ୟା ହେଉଛି କମ୍ ଜାଗା, ଯାହାର ସମାଧାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

Get real time updates directly on you device, subscribe now.