fbpx

କୋଭିଡ ସହିଦ ପରିବାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କୋଭିଡ୍ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ସମୀକ୍ଷା କରିଛନ୍ତି । ବୈଠକରେ ମୁଖ୍ୟମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ମଧ୍ୟ କରିଛନ୍ତି । ଏଣିକି ସହିଦ କୋଭିଡ ଯୋଦ୍ଧାଙ୍କ ପରିବାରକୁ ରାଜ୍ୟ ସରକାର ଦେବେ ସହାୟତା । ପୂର୍ବରୁ କୋଭିଡ୍ ସହିଦଙ୍କୁ ୫୦ ଲକ୍ଷ ଟଙ୍କା ଦେବାକୁ କହିଥିଲା କେନ୍ଦ୍ର ।

ତେବେ ଜାତୀୟ ଆରୋଗ୍ୟ ହାର ୮୫% ରହିଥିବା ବେଳେ ରାଜ୍ୟରେ ଆରୋଗ୍ୟ ହାର ୮୯% ରହିଛି । ୮ ମାସରେ ହୋଇଥିବା ୩୬ ଲକ୍ଷ ଟେଷ୍ଟରୁ ୬.୭୫% ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟର କୋଭିଡ୍ ମୃତ୍ୟୁହାର ଦେଶରେ ସର୍ବନିମ୍ନ ରହିଛି ଓ ସୁସ୍ଥତା ହାରରେ ଷଷ୍ଠ ସ୍ଥାନରେ ରହିଛି ।
ଅନ୍ୟପଟେ ରାଜ୍ୟରେ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ଟପିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସନ୍ତୋଷ ପ୍ରକାଶ କରିଛନ୍ତି । ପୂଜା ଋତୁରେ କୋଭିଡ ନିୟମ କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.