fbpx
BJD SKY
BJD SKY

ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ହେବ ସାକାର : ଧାର୍ଯ୍ୟ ସମୟରେ ଶେଷ ହେବ ‘ଏକାମ୍ର’ ପ୍ରକଳ୍ପ

BJD

ଭୁବନେଶ୍ୱର : ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ଏକାମ୍ର’ ପ୍ରକଳ୍ପ । ମନ୍ଦିରରୁ ପାର୍କିଂକୁ ଯିବା ପ୍ରମୁଖ ରାସ୍ତାର ନକ୍ସା ବଦଳିବ । ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ସ୍ୱତନ୍ତ୍ର ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥାର ଭିତ୍ତିଭୂମି ବିକାଶ କରାଯିବ ବୋଲି କୁହାଯାଇଛି । ଖୁବଶୀଘ୍ର ଏହି କାର୍ଯ୍ୟ ଆରମ୍ଭ ହୋଇ ଧାର୍ଯ୍ୟ ସମୟ ମଧ୍ୟରେ ଏହା ଶେଷ ହେବ ବୋଲି ୫-ଟି ସଚିବ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ସୋମବାର ସଂନ୍ଧ୍ୟାରେ ୫-ଟି ସଚିବ ଏକାମ୍ର ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଭି. କେ ପାଣ୍ଡିଆନ ଶ୍ରୀଲିଙ୍ଗରାଜ ମନ୍ଦିରର ପ୍ରକଳ୍ପସ୍ଥଳକୁ ଯାଇ ପରିଦର୍ଶନ କରିବା ସହ ନ୍ଦିରର ବରିଷ୍ଠ ଅଧିକାରୀ ସହ ପ୍ରକଳ୍ପକୁ ନେଇ ଆଲୋଚନା କରିଛନ୍ତି । ଏହି କାର୍ଯ୍ୟର ଦାୟିତ୍ୱରେ ଥିବା ଏଜେନ୍ସି ଦ୍ୱାରା ପ୍ରସ୍ତୁତ ହୋଇଥିବା କାର୍ଯ୍ୟସୂଚୀ ସମୀକ୍ଷା କରିବା ସହ ଜରୁରୀ ସାମଗ୍ରୀ ଏବଂ ଯନ୍ତ୍ରପାତି ଆଣି ତୁରନ୍ତ କାର୍ଯ୍ୟାରମ୍ଭ କରିବା ପାଇଁ ୫-ଟି ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ତାଳେଶ୍ୱରରୁ କୋଟିତୀର୍ଥେଶ୍ୱର ରାସ୍ତା, ସାନାଟାରିୟମ୍ ଛକରୁ ତାଳେଶ୍ୱର ପର୍ଯ୍ୟନ୍ତ ବକ୍ସ ଡ୍ରେନ କାର୍ଯ୍ୟ ଯଥା ଶୀଘ୍ର ଆରମ୍ଭ କରିବା ଲାଗି କହିଛନ୍ତି ।

୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ସ୍ୱପ୍ନର ପ୍ରକଳ୍ପ ‘ଏକାମ୍ର ପରିକ୍ରମା’ ର ପରିକଳ୍ପନା କରାଯାଇଥିଲା । ଏହି ପ୍ରକଳ୍ପକୁ ଜୁନ ୨୮ ତାରିଖରେ ଶିଳାନ୍ୟାସ କରାଯାଇଥିଲା । ଏକାମ୍ର କ୍ଷେତ୍ରର ପ୍ରକଳ୍ପକୁ ସୁବିଧା ଓ ସ୍ମାରକୀ ପୁର୍ନଜୀବନ କାର୍ଯ୍ୟ ଯୋଜନା ମାଧ୍ୟମରେ ସହରାଞ୍ଚଳ ଢାଞ୍ଚାରେ କାର୍ଯ୍ୟ କରାଯିବ । ପୁରୁଣା ଭୁବନେଶ୍ୱରର ମୂଳ ଐତିହ୍ୟ ମୂଲ୍ୟକୁ ଗୁରୁତ୍ୱ ଦେଇ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ।

Get real time updates directly on you device, subscribe now.