fbpx

ବଦଳିବ ଲୋନ୍ ସହ ଜଡ଼ିତ ବଡ଼ ନିୟମ, ବ୍ୟାଙ୍କଗୁଡ଼ିକ ଭୁଲ୍ କଲେ ଆପଣଙ୍କୁ ପ୍ରତିଦିନ ମିଳିବ ୫୦୦୦ ଟଙ୍କା

ନୂଆଦିଲ୍ଲୀ : ଯଦି ଆପଣ ଘର କିମ୍ବା ଅନ୍ୟ କୌଣସି ଲୋନ୍ ନେଇଛନ୍ତି, ତେବେ ଆପଣଙ୍କ ଆସିଛି ଭଲ ଖବର । ବର୍ତ୍ତମାନ ଲୋନ୍ ପରିଶୋଧ କରିବା ପରେ ବନ୍ଧକ ସାମଗ୍ରୀର ଦଲିଲଗୁଡ଼ିକ ୩୦ ଦିନ ମଧ୍ୟରେ ଆପଣଙ୍କୁ ଫେରସ୍ତ କରାଯିବ ।

ବ୍ୟାଙ୍କ ଏବଂ ଅଣ ବ୍ୟାଙ୍କିଙ୍ଗ ଆର୍ଥିକ ସଂସ୍ଥା (ଏନବିଏଫସି) ପାଇଁ ଆରବିଆଇ ନୂଆ ନିର୍ଦ୍ଦେଶ ଜାରି କରିଛି । ୧ ଡିସେମ୍ବର ୨୦୨୩ ରୁ ନୂଆ ନିୟମ କାର୍ଯ୍ୟକାରୀ ହେବ । ସେପ୍ଟେମ୍ବର ୧୩ ରେ ଜାରି ବିଜ୍ଞପ୍ତିରେ ଆରବିଆଇର ଏହା ଘୋଷଣା କରିଛି ।

ଆରବିଆଇ ଅନୁଯାୟୀ, ବ୍ୟାଙ୍କ ଏବଂ ଏନବିଏଫସିଗୁଡ଼ିକୁ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ଦଲିଲଗୁଡ଼ିକ ଲୋନ୍ ପରିଶୋଧର ୩୦ ଦିନ ମଧ୍ୟରେ ଫେରସ୍ତ କରିବାକୁ ପଡ଼ିବ, ଯାହାକୁ ସେ ବନ୍ଧକ ରଖିଥିଲେ ।

ବର୍ତ୍ତମାନ ସୁଦ୍ଧା ଏପରି ଘଟୁଥିଲା ଯେ, ପ୍ରତ୍ୟେକ ବ୍ୟାଙ୍କ ଏବଂ ଏନବିଏଫସ ଦଲିଲଗୁଡ଼ିକୁ ଋଣଦାତାମାନଙ୍କୁ ନିଜ ପଦ୍ଧତିରେ ଏବଂ ସମୟରେ ଫେରସ୍ତ କରୁଥିଲେ । ଏହା ଗ୍ରାହକଙ୍କ ମଧ୍ୟରେ ଅନେକ ଅସନ୍ତୋଷ ସୃଷ୍ଟି କରୁଥିଲା । ଏହାକୁ ଧ୍ୟାନରେ ରଖି ଆରବିଆଇ ନୂଆ ନିୟମ ଆଣିଛି । ଅନେକ ସମୟରେ ହୋମ୍ ଲୋନ୍ ପାଇଁ ଘର ବନ୍ଧକ ରଖାଯାଇଥାଏ । ଏଥି ସହିତ ବ୍ୟକ୍ତିଗତ ଲୋନ୍ ପାଇଁ ବ୍ୟାଙ୍କଗୁଡିକ ବୀମା ପଲିସି, ସେୟାର କିମ୍ବା ସିକ୍ୟୁରିଟିକୁ ବନ୍ଧକ ରଖିଥାନ୍ତି ।

ଆଉ କ’ଣ ପରିବର୍ତ୍ତନ ହେବ?
ଆରବିଆଇର ନିର୍ଦ୍ଦେଶ ଅନୁଯାୟୀ, ଯଦି ଋଣନେଇଥିବା ଲୋକଙ୍କୁ ୩୦ ଦିନ ମଧ୍ୟରେ ଦଲିଲ ଫେରସ୍ତ ନକରାଯାଏ, ତେବେ ବ୍ୟାଙ୍କ ଉପରେ ପ୍ରତିଦିନ ୫୦୦୦ ଟଙ୍କା ଜରିମାନା ଆଦାୟ କରାଯିବ । ଏହି ଟଙ୍କା ସିଧାସଳଖ ଋଣ ନେଇଥିବା ବ୍ୟକ୍ତିଙ୍କ ନିକଟକୁ ଯିବ । ଗ୍ରାହକଙ୍କ ପାଖରେ ଏହି ବିକଳ୍ପ ରହିବ କି, ସେମାନେ ସେହି ଦଲିଲକୁ ଲୋନ୍ ପାସ୍ ହୋଇଥିବା ବ୍ରାଞ୍ଚରୁ କଲେକ୍ଟ କରିପାରିବେ ବା ଯେଉଁଠାରେ ଦଲିଲ ରହିଛି, ସେଠାରୁ ଆଣିପାରିବେ ।

ଯଦି ଋଣଗ୍ରହୀତା ମରିଯାଏ, ବ୍ୟାଙ୍କଗୁଡିକ ନିଶ୍ଚିତ କରିବେ ଯେ କୌଣସି ଅସୁବିଧା ବିନା ଡକ୍ୟୁମେଣ୍ଟଗୁଡିକ ଆଇନଗତ ଉତ୍ତରାଧିକାରୀଙ୍କ ହାତରେ ପହଞ୍ଚିବ । ଲୋନ୍ ସେକ୍ସନ୍ ଚିଠିରେ ଡକ୍ୟୁମେଣ୍ଟଗୁଡିକ ଫେରସ୍ତ ପାଇଁ ସମୟସୀମା ଏବଂ ସ୍ଥାନ ଉଲ୍ଲେଖ କରାଯିବା ଉଚିତ୍ ।

Get real time updates directly on you device, subscribe now.