fbpx

(Video) ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ପ୍ରତିକ୍ରିୟା: ଭାବବିହ୍ୱଳ ପୋଷ୍ଟରେ କହିଲେ ହୃଦୟର ଯନ୍ତ୍ରଣା

ଓଡ଼ିଶା ଭାସ୍କର: ୨୪ ବର୍ଷ ଶାସନ କ୍ଷମତାରେ ରହିଥିଲେ ମଧ୍ୟ ଏଥର ବଦଳିଛି ଓଡ଼ିଶାର ରାଜନୀତି । ଏଥର ଲୋକେ ବିଜେଡି ନୁହେଁ, ବିଜେପି ଉପରେ ଭରସା କରିଛନ୍ତି । ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ବୋଲାଉଥିବା ନବୀନ ପଟ୍ଟନାୟକଙ୍କ ପାଖରୁ ମୁହଁ ବୁଲାଇ ନେଇଛନ୍ତି ଜନତା । ଓଡ଼ିଶାରେ ବିଜେଡିକୁ ପରାସ୍ତ କରି ଏକ ବିପୁଳ ବିଜୟ ହାସଲ କରିଛି ଭାରତୀୟ ଜନତା ପାର୍ଟି । ଏକପାଖିଆ କରି ଦଳ ଏଥରେ ବିଜୟୀ ହୋଇଛି । କିନ୍ତୁ ଏହି ପରାଜୟ ପରେ ପ୍ରଥମ ଥର ପାଇଁ ଲୋକଙ୍କ ପାଖରେ ପହଞ୍ଚିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପରାଜୟର ଦୁଃଖ ଓ ସମବେଦନା ପ୍ରକାଶ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ବିଜେଡିର ଏଭଳି ଶୋଚନୀୟ ପରଜୟ ସାରା ଓଡ଼ିଶାବାସୀଙ୍କ ମନରେ ଆଘାତ ଦେଇଛି । କିନ୍ତୁ ପରାଜୟ ପରେ ବାସ୍ କେଇଟା ଶବ୍ଦରେ ନିଜ ମନର ଯନ୍ତ୍ରଣା ଏବଂ କୋହକୁ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମସ୍ତ ବିଜୟୀ ପ୍ରାର୍ଥୀଙ୍କୁ ଶୁଭେଚ୍ଛା ଜଣାଇବା ସହ ପରାଜିତ ପ୍ରାର୍ଥୀମାନଙ୍କୁ ସାନ୍ତ୍ୱନା ଦେଇଛନ୍ତି ନବୀନ । ଏହାପରେ ବିଜେଡିର କର୍ମକର୍ତ୍ତା ଏବଂ ସଦସ୍ୟମାନଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଇ ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସେ ନିଜ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ‘ଦଳମତ ନିର୍ବିଶେଷରେ ବିଜୟୀ ସମସ୍ତ ପ୍ରାର୍ଥୀଙ୍କୁ ମୋର ଶୁଭେଚ୍ଛା । ବିଜୁ ଜନତା ଦଳର ସମସ୍ତ କର୍ମୀ ଏବଂ ନେତାଙ୍କ ନିଷ୍ଠାପରଉଦ୍ୟମ ଏବଂ ତ୍ୟାଗ ପ୍ରତି ମୋର ସମ୍ମାନ ଓ ଧନ୍ୟବାଦ ଜଣାଉଛି ।’ ଏହି ପୋଷ୍ଟ କରି ସମସ୍ତଙ୍କୁ ସେ ଭାବବିହ୍ୱଳ କରି ଦେଇଛନ୍ତି ।

କେବଳ ଓଡ଼ିଶା ନୁହେଁ, ୨୪ ବର୍ଷ ଶାସନ କାଳରେ ସେ ସମଗ୍ର ଦେଶର ୧ ନମ୍ବର ମୁଖ୍ୟମନ୍ତ୍ରୀ ଭାବରେ ପରିଚିତ ହୋଇଥିଲେ । ତାଙ୍କର ନିଷ୍ପତ୍ତି ଏବଂ ରାଜ୍ୟ ପ୍ରତି ତାଙ୍କର ଦାୟିତ୍ୱ ସେ ସର୍ବଦା ସଠିକ ଭାବରେ କରି ଆସିଛନ୍ତି । ତେଣୁ ଓଡ଼ିଶାବାସୀଙ୍କ ହୃଦୟରେ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଥିଲେ । କିନ୍ତୁ ଚଳିତ ନିର୍ବାଚନର ଫଳାଫଳ ଘୋଷଣା ପରେ ‘ନବୀନ ଯୁଗ’ର ଅନ୍ତ ଘଟିଛି । ନିର୍ବାଚନରେ ପରାସ୍ତ ହେବା ପରେ ସୋସିଆଲ ମିଡିଆରେ ଏହି ପୋଷ୍ଟ କରି ସମସ୍ତଙ୍କ ପ୍ରତି ନିଜର ହୃଦୟର ବାର୍ତ୍ତା ଦେଇଛନ୍ତି ମୁଖ୍ୟଢ଼ନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.