fbpx

ଧନୁଯାତ୍ରା ପାଇଁ ‘ବଳରାମ’ ଭୂମିକାରେ ଚୟନ ହୋଇଥିବା କୁନି କଳାକାରଙ୍କ ଚାଲିଗଲା ଜୀବନ

ବରଗଡ଼: ଖେଳୁ ଖେଳୁ ଚାଲିଗଲା ଜୀବନ । ଧନୁଯାତ୍ରା ପାଇଁ ବଳରାମ ଭୂମିକାରେ ଅଭିନୟ କରିବାକୁ ଥିବା କୁନି କଳାକାରଙ୍କ ଜୀବନ ଚାଲିଗଲା । ଶ୍ରେୟସ ପୂଜାରୀ ନାମକ କୁନି କଳାକାର ଖେଳୁଥିବା ସମୟରେ ପଡ଼ି ଯାଇ ଗୁରୁତର ହୋଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆ ଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବରଗଡ଼ ଧନୁଯାତ୍ରା ପାଇଁ ଶ୍ରେୟସ ‘ବଳରାମ’ ଭୂମିକାରେ ଅଭିନୟ କରିବା ପାଇଁ ଚୟନ ହୋଇଥିଲେ । ଅମ୍ବାପାଲିରେ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ବୋଲି ସୂଚନା ମିଳିଛି । ସେ ବଳରାମ ଭୂମିକାରେ ଅଭିନୟ କରିବା ପାଇଁ ନିଜର ଡାଇଲଗ ମଧ୍ୟ ଅଭ୍ୟାସ କରୁଥିଲେ ।

ବରଗଡ଼ ଧନୁଯାତ୍ରାକୁ ଆଉ ଅଳ୍ପ ଦିନ ବାକି ରହିଥିଲା ବେଳେ ଏଭଳି ଅଭାବନୀୟ ଘଟଣା ଲୋକଙ୍କ ମନରେ ଦୁଃଖର ବାଦଲ ଖେଳାଇ ଦେଇଛି । ଏଥର ଧନୁଯାତ୍ରା ପାଇଁ ଚୟନ ହୋଇଥିବା ଶ୍ରେୟସ ପୂଜାରୀଙ୍କ ମୃତ୍ୟୁରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ମୁତାବକ ଗତବର୍ଷ ଧୁନୁଯାତ୍ରାରେ ଶ୍ରେୟସ ବଳରାମ ଭୂମିକାରେ ଅଭିନୟ କରିଥିଲେ । ଚଳିତ ବର୍ଷ ମଧ୍ୟ ଧନୁଯାତ୍ରାରେ ଶ୍ରେୟସ ବଳରାମ ଭୂମିକାରେ ଅଭିନୟ କରିଥାନ୍ତେ ।

Get real time updates directly on you device, subscribe now.