fbpx
BJD SKY
BJD SKY

ସାଲେପୁର ଅଞ୍ଚଳରେ ଦୁଃଖଦ ଘଟଣା: କାର୍‌ ଭିତର ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲା ୪ ବର୍ଷ ଶିଶୁ

BJD

ସାଲେପୁର, (ଭାସ୍କର ନ୍ୟୁଜ୍‌) : ସାଲେପୁର ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି । କାର୍‌ ଭିତରେ ପଶି ଶ୍ୱାସରୁଦ୍ଧ ହୋଇ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସିତ ହେଉଥିବା ଏକ ୪ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବାପା- ମା କାନ୍ଦ କାନ୍ଦ ଚେତାଶୂନ୍ୟ ହୋଇପଡୁଛନ୍ତି।

ଖବରରୁ ପ୍ରକାଶ ଯେ, ସାଲେପୁର ଥାନା ଅନ୍ତର୍ଗତ ନାନ୍ଦୋଳ ପଞ୍ଚାୟତ ପଟାପୁର ଗ୍ରାମର ଏକ ୪ବର୍ଷର ଶିଶୁପୁତ୍ର ଘର ଅଗଣାରେ ଥିବା ଏକ କାର୍‌ରେ ପଶିଯିବା ପରେ କାର୍‌ଟି ଅଟୋ ଲକ୍‌ ହୋଇଯାଇଥିଲା । ପରିବାର ଲୋକେ ବହୁ ଖୋଜାଖୋଜି କଲା ପରେ ଶିଶୁଟିର କୌଣସି ପତ୍ତା ମିଳିନଥିଲା । ଶେଷରେ ଜଣେ ସଦସ୍ୟ ଶିଶୁଟି କାର୍‌ ଭିତରେ ଥିବା ଦେଖିଥିଲେ । କାର୍‌ଟିକୁ ଖୋଲି ଶିଶୁଟିକୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିବାବେଳେ ସେଠାରେ ତା’ର ଅବସ୍ଥାରେ କୌଣସି ସୁଧାର ନଆସିବାରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିଲା । ୨ଦିନ ଚିକିତ୍ସା ହେବାପରେ ଶିଶୁଟିର ମୃତ୍ୟୁ ଘଟିଥିବା ଜଣାଯାଇଛି । ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି ।

Get real time updates directly on you device, subscribe now.