fbpx
BJD SKY
BJD SKY

ସ୍କୁଲରେ ଝିଟିପିଟି ପଡ଼ିଥିବା କ୍ଷୀର ପିଇଲେ ପିଲା: ଜଣଙ୍କ ପରେ ଜଣେ ଅସୁସ୍ଥ

BJD

ନୂଆଦିଲ୍ଲୀ: ସୀତାପୁର ଜିଲ୍ଲାର ଗୋନ୍ଦଲାମାଉ ବିକାଶଖଣ୍ଡର କମ୍ପୋଜିଟ ବିଦ୍ୟାଳୟ ଗୋପାଳପୁର ପଶ୍ଚିମୀ ସ୍କୁଲରେ ବଡ଼ ଅବହେଳା ହୋଇଥିବା ଦେଖିବାକୁ ମିଳିଛି । ଲଞ୍ଚ ସମୟରେ ଛୋଟଛୁଆଙ୍କୁ ଝିଟିପିଟି ପଡ଼ିଥିବା କ୍ଷୀର ପିଇବାକୁ ଦିଆଯାଇଥିଲା । କ୍ଷୀର ପିଇବାର କିଛି ସମୟ ପରେ ପିଲାଙ୍କୁ ବାନ୍ତି ହେବା ଆରମ୍ଭ ହୋଇଥିଲା । ଏହାର ଖବର ବ୍ୟାପିବାରୁ ଗାଁରେ ହଇଚଇ ସୃଷ୍ଟି ହୋଇଛି । ପିଲାଙ୍କ ପିତାମାତାମାନେ ସ୍କୁଲରେ ହଙ୍ଗାମା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଛୁଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ଘରକୁ ପଠାଇଦେଇଥିଲେ । ଛୁଆ ଘରେ ପହଞ୍ଚିବା ପରେ ସେମାନଙ୍କ ଅବସ୍ଥା ଆହୁରି ବିଗିଡ଼ିଯାଇଥିଲା । ଆମ୍ବୁଲାନ୍ସ ଜରିଆରେ ୮ଜଣ ଶିଶୁଙ୍କୁ ସିଏଚସି ଗୋନ୍ଦଲାମଉ ପଠାଯାଇଥିଲା ।

ସୂଚନା ଅନୁସାରେ, ସ୍କୁଲରେ ଦ୍ୱିପହରରେ ମଧ୍ୟାହ୍ନଭୋଜନ ଚାଲିଥିଲା । ଏହି ସମୟରେ ଛୋଟ ଛୁଆମାନେ କ୍ଷୀର ପିଇଥିଲେ । ବୁଧବାର ଦିନ ସ୍କୁଲକୁ ୪୮ ଜଣ ଛୁଆ ପଢ଼ିବାକୁ ଆସିଥିଲେ । ଜଣେ ଛୁଆ କ୍ଷୀର ପିଇବାରୁ ଗ୍ଲାସରେ ଝିଟିପିଟିର ପଛଭାଗ ଆସିଥିଲା । ସେ ଶିକ୍ଷକ ଓ ଅନ୍ୟ ଛାତ୍ରଛାତ୍ରୀଙ୍କୁ ଏବିଷୟରେ କହିଥିଲେ । ଏହା ପରେ କ୍ଷୀର ପିଇଥିବା ଅନେକ ଛାତ୍ରଛାତ୍ରୀ ବାନ୍ତି କରିବାକୁ ଲାଗିଥିଲେ । ଫଳରେ ସ୍କୁଲରେ ହଇଚଇ ସୃଷ୍ଟି ହୋଇଗଲା । ବିଇଓଙ୍କୁ ପୂରା ମାମଲାର ଯାଞ୍ଚ ରିପୋର୍ଟ ମାଗିଛନ୍ତି ବିଏସଏ । ଯାଞ୍ଚ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ।

Get real time updates directly on you device, subscribe now.