fbpx

ICC T20 Rankingରେ ସୂର୍ଯ୍ୟକୁମାରଙ୍କ ଦବଦବା: ଏକମାତ୍ର ଭାରତୀୟ ଭାବେ ଟପ-୧୦ରେ ସାମିଲ

ନୂଆଦିଲ୍ଲୀ: ଆଇସିସିର ଟି-୨୦ ରାଙ୍କିଙ୍ଗରେ ଜଲୱା ଜାରି ରଖିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ସୁର୍ଯ୍ୟକୁମାର ଯାଦବ । ଆଇସିସି ତରଫରୁ ଜାରି ହୋଇଥିବା ନୂଆ ତାଲିକାରେ ମଧ୍ୟ ସୂଯ୍ୟକୁମାର ନିଜ ଦବଦବା ବନେଇ ରଖିଛନ୍ତି । ଟିମ ଇଣ୍ଡିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ତାଲିକାରେ ଶୀଷ୍ର ସ୍ଥାନ ଅଧିକାର କରିଛନ୍ତି ସୁର୍ଯ୍ୟକୁମାର । ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନ ଏବେ ତାଙ୍କ ନାଁରେ ରହିଛି । ତେବେ ଟପ-୧୦ରେ ସେ ଭାରତୀୟ ଦଳର ଏକମାତ୍ର ବ୍ୟାଟ୍ସମ୍ୟାନ ପାଲଟିଛନ୍ତି ।

ଆଇସିସି ଟି-୨୦ ରାଙ୍କିଙ୍ଗର ଟପ-୧୦ରେ ଏକମାତ୍ର ଭାରତୀୟ ନିଜ ନାଁ ଲିପିବଦ୍ଧ କରିଛନ୍ତି । ଦଳର ଷ୍ଟାର ଖେଳାଳି ସୂର୍ଯ୍ୟକୁମାର ଯାଦବ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପାକିସ୍ତାନର ୱିକେଟ କିପର ବ୍ୟାଟ୍ସମ୍ୟାନ ମହମ୍ମଦ ରିଜୱାନଙ୍କ ପରେ ସେ ୮୩୮ ପଏଣ୍ଟ ସହ ନିଜ ସ୍ଥାନକୁ କବଜା କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜରେ ସେ ଦଳର ସର୍ବାଧିକ ରନ ସ୍କୋରର ରହିଥିଲେ । ତେବେ ତାଲିକାର ଟପ-୧୦ରେ ଭାରତୀୟ ଖେଳାଳି ଭାବରେ ସୂର୍ଯ୍ୟକୁମାର କେବଳ ସ୍ଥାନ ପାଇଛନ୍ତି । ତେବେ ଲୋକେଶ ରାହୁଲ ୧୩ ଏବଂ ବିରାଟ ୧୪ତମ ସ୍ଥାନରେ ରହିଥିବା ବେଳେ ୧୬ତମ ସ୍ଥାନ ହାସଲ କରିଛନ୍ତି ଅଧିନାୟକ ରୋହିତ । ଅନ୍ୟ ପକ୍ଷରେ ନ୍ୟୁଜିଲାଣ୍ଡର ଡିଭନ କନୱେ ଶୀର୍ଷ ୫ ବ୍ୟାଟ୍ସମ୍ୟାନ ମଧ୍ୟରେ ପହଞ୍ଚିଛନ୍ତି ।

ସେହିପରି ଦିନିକିଆ ରାଙ୍କିଙ୍ଗରେ ଶିଖର ଧୱନଙ୍କୁ ଋଟି ସ୍ଥାନ ତଳକୁ ଖସି ୧୭ତମ ସ୍ଥାନକୁ ପହଞ୍ଚିଛନ୍ତି । ଏହା ସହିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲି ଗୋଟିଏ ଲେଖାଏଁ ପାଦ ତଳକୁ ଖସି ଆସିଛନ୍ତି । ବିରାଟ ସପ୍ତମ ସ୍ଥାନରେ ରହିଥିବା ବେଳେ ରୋହିତ ଅଷ୍ଟମ ସ୍ଥାନରେ ପହଞ୍ଚିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜବରଦସ୍ତ ପ୍ରଦର୍ଶନ କରି ଶ୍ରେୟସ ଆୟର(୩୩) ଏବଂ ସଞ୍ଜୁ ସାମସନ(୯୩) ବଡ ସଫଳତା ପାଇଛନ୍ତି । ତୃତୀୟ ଦିନିକିଆରେ ୪ ୱିକେଟ ନେଇ ୭ଟି ସ୍ଥାନ ଉପରକୁ ଉଠି ୨୫ତମ ସ୍ଥାନରେ ପହଞ୍ଚିଛନ୍ତି କୁଳଦୀପ ଯାଦବ ।

Get real time updates directly on you device, subscribe now.