fbpx

ନବଜାତଙ୍କୁ ହସ୍ପିଟାଲରେ ହିଁ ମିଳିଯିବ ଆଧାର କାର୍ଡ, ଜାଣନ୍ତୁ ଏନେଇ କଣ କହିଲା UIDAI

ନୂଆଦିଲ୍ଲୀ: ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଶୀଘ୍ର ଡାକ୍ତରଖାନାରେ ଜନ୍ମିତ ନବଜାତ ଶିଶୁମାନଙ୍କ ପାଇଁ ଆଧାର ଉପଲବ୍ଧ କରାଇବାକୁ ପ୍ରସ୍ତୁତି କରୁଛି । ୟୁଆଇଡିଏଆଇ ସିଇଓ ସୌରଭ ଗର୍ଗ କହିଛନ୍ତି ଯେ ନବଜାତ ଶିଶୁମାନଙ୍କୁ ଆଧାର ନମ୍ବର ଯୋଗାଇବା ପାଇଁ କର୍ତ୍ତୃପକ୍ଷ ଜନ୍ମ ରେଜିଷ୍ଟ୍ରାରଙ୍କ ସହ ଯୋଡ଼ି ହେବାକୁ ଉଦ୍ୟମ କରୁଛନ୍ତି।

ଏକ ରିପୋର୍ଟ ଅନୁସାରେ, ଗର୍ଗ କହିଛନ୍ତି ଦେଶରେ ୯୯.୭ ପ୍ରତିଶତ ବୟସ୍କଙ୍କ ଆଧାର ପଞ୍ଜୀକରଣ କରାଯାଇସାରିଛି । ଆମେ ୧୩୧ କୋଟି ଲୋକଙ୍କର ପଞ୍ଜୀକରଣ କରାଇଛୁ ଓ ଏବେ ଆମେ ନବଜାତ ଶିଶୁଙ୍କୁ ଆଧାର ଯୋଗାଇବା ଉପରେ କାମ ଆରମ୍ଭ କରିବାକୁ ଯାଉଛୁ । ଏଥିପାଇଁ ଯୋଜନା ଚାଲିଛଇ । ଦେଶରେ ପ୍ରତିବର୍ଷ ୨ରୁ ସାଢ଼େ ଦୁଇ କୋଟି ଶିଶୁ ଜନ୍ମ ନେଉଛନ୍ତି ।

ୟୁଆଇଡିଏଆଇର ସିଇସ କହିଛନ୍ତି ଯେ, ନବଜାତ ଶିଶୁ ମାନଙ୍କୁ ଜନ୍ମ ସମୟରେ ହିଁ କେବଳ ଗୋଟିଏ ଫଟୋ ଉଠାଇ ଆଧାର କାର୍ଡ ଦିଆଯିବ । କାରଣ ପାଞ୍ଚ ବର୍ଷରୁ କମ୍ ବୟସର ପିଲାମାନଙ୍କ ବାୟୋମେଟ୍ରିକ୍ ଆମେ ନେଇ ନଥାଉ । କିନ୍ତୁ ସେମାନଙ୍କ ଆଧାର ତାଙ୍କ ବାପା ମାଆଙ୍କ ଆଧାର ସହିତ ଯୋଡ଼ି ହୋଇ ରହିବ । ଉପଯୁକ୍ତ ବୟସ ହେବା ପରେ ବାୟୋମେଟ୍ରିକ୍ ନିଆଯିବ । ସୁଚନା ଯୋଗ୍ୟ, ୨୦୧୦ ରେ ପ୍ରଥମ ଆଧାର ଜାରି କରାଯାଇଥିଲା । ସେ ସମୟରେ ୟୁଆଇଡିଏଆଇର ଲକ୍ଷ୍ୟ ଥିଲଶ ଯେ, କିପରି ଅଧିକରୁ ଅଧିକ ଲୋକଙ୍କୁ ଏଥିରେ ଯୋଡ଼ା ଯାଇପାରିବ ।

Get real time updates directly on you device, subscribe now.