fbpx

ନୀତିନ ଗଡକରୀଙ୍କୁ ଭେଟିଲେ ବିଜେଡି ସାଂସଦ, ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ନେଇ କଲେ ଆଲୋଚନା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ସଂସଦର ରୁମ୍‌ ନଂ-୬୨ରେ ଭେଟିଛନ୍ତି ବିଜେଡି ସାଂସଦ ।ଏହି ଅବସରରେ ରାଜ୍ୟରେ ବିଭିନ୍ନ ସଡ଼କ ଓ ଅନ୍ୟ ପ୍ରକଳ୍ପର ବିକାଶ ଆଲୋଚନା ହୋଇଥିଲା । ଓଡ଼ିଶାର ସ୍ୱାର୍ଥ ଜନିତ ବିଭିନ୍ନ ଦାବିକୁ କେନ୍ଦ୍ରମନ୍ତ୍ରୀଙ୍କ ପାଖରେ ବିଜେଡ଼ି ସାଂସଦମାନେ ଉପସ୍ଥାପନା କରିଥିଲେ । ସାଂସଦମାନଙ୍କ ପ୍ରସ୍ତାବକୁ ଶୁଣିବା ସହ ଏହାର ତୁରନ୍ତ ସମାଧାନ ଦିଗରେ ବିଭାଗ କାର୍ଯ୍ୟ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନତିନ ଗଡକରୀ ।

Get real time updates directly on you device, subscribe now.