fbpx

ବିବାହ ମଣ୍ଡପରୁ ଆଖି ପିଛୁଳାକେ ୬ ଲକ୍ଷ୍ୟ ଟଙ୍କା କ୍ୟାମେରା ଲୁଟ୍, ଛାନ୍‌ ଭିନ୍‌ ଆରମ୍ଭ କଲା ପୋଲିସ

ବାରଙ୍ଗ (ଭାସ୍କର ନ୍ୟୁଜ୍‌):  ନନ୍ଦନକାନନ ଥାନା ଅନ୍ତର୍ଗତ ଡି.ଭାଟିକା ପାର୍ଟିଲେନରୁ କ୍ୟାମେରା ଲୁଟ୍‌ । କିଛି ସମୟ ମଧ୍ୟରେ ଆଖି ପିଛୁଳାକେ ୬ଲକ୍ଷ୍ୟ ଟଙ୍କାରା କ୍ୟାମେରା ଲୁଟିନେଲେ ଲୁଟେରା । ଏନେଇ କ୍ୟାମେରା ମ୍ୟାନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।

ସୂଚନା ମୁତାବକ ଗତ ବୁଧବାର ରାତିରେ କ୍ୟାମେରା ମ୍ୟାନ୍‌ ସ୍ମୃତି ରଞ୍ଜନ ସାହୁ ଏକ ବିବାହ ଘର ସୁଟିଂ କରି ସାରି ଭୋଜି ଖାଇବାକୁ ତାଙ୍କ ସହକର୍ମୀଙ୍କ ସହିତ ଯାଇଥିଲେ । ଏହି ସମୟରେ ସେ ତାଙ୍କ କ୍ୟାମେରାକୁ ଏକ ସ୍ଥାନରେ ରଖିଥିଲେ । ଭୋଜି ଖାଇ ସାରିବା ପରେସେ ଆଉ ତାଙ୍କ କ୍ୟାମେରା ପାଇନଥିଲେ । ସେଠାରେ ସେ କିଛି ସମୟ ଖୋଜାଖୋଜି କରିଥିଲେ ମଧ୍ୟ କ୍ୟାମେରା ନପାଇ ନିରାଶ ହୋଇଥିଲେ । ତେବେ ସେ ଗୁରୁବାର ସକାଳେ ନନ୍ଦନକାନନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଭୋଜି ହେଉଥିବା ସ୍ଥାନରେ ପହଞ୍ଚି ଚୋରୀ ସଂକ୍ରାନ୍ତରେ କିଛି ଲୋକଙ୍କୁ ପଚରା ଉଚରା କରି ତଦନ୍ତ ଜାରିରଖିଛି । ଏହି କ୍ୟାମେରାର ଦାମ୍‌ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Get real time updates directly on you device, subscribe now.