fbpx

ଦିଲ୍ଲୀରୁ ଆଉ ୪, କର୍ଣ୍ଣାଟକରୁ ୫ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮୩ କୁ ବୃଦ୍ଧି

ନୂଆଦିଲ୍ଲୀ/ବେଙ୍ଗାଲୁରୁ: ଦେଶର ରାଜଧାନୀ ଦିଲ୍ଲୀରୁ ୪ ଜଣ ଓ କର୍ଣ୍ଣାଟକରୁ ୫ ଜଣ ଓମିକ୍ରନ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ଦେଶରେ ଗୁରୁବାର ସୁଦ୍ଧା ମୋଟ ଓମିକ୍ରନ୍‌ ସଂକ୍ରମିତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଛି । ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦କୁ ବଢ଼ିଛି । ଏମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ୯ ଜଣ ଚିକିତ୍ସାଧୀନ ରହିଛନ୍ତି ।

ନୂଆ ଓମିକ୍ରନ ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଇ ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ଯେ ବର୍ତ୍ତମାନ ୯ ଜଣ ଓମିକ୍ରନ ଆକ୍ରାନ୍ତ ଏଲଏନଜେପି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ପୂର୍ବରୁ ଜଣେ ଓମିକ୍ରନ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଚିକିତ୍ସିତ ୯ ଜଣଙ୍କ ମଧ୍ୟରୁ କେହି ବି ଗୁରୁତର ନାହାନ୍ତି । ଏଲ୍‌ଏନ୍‌ଜେପିରେ ମୋଟ ୪୦ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.