fbpx

ରାଜଧାନୀକୁ ଆଟ୍‌ ରିସ୍କ ଦେଶରୁ ଫେରିଲେଣି ୧୫ଶହ, ସ୍ୱାସ୍ଥ୍ୟବିଭାଗ ପାଖରେ ନାହିଁ କୌଣସି ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ପ୍ରଜାତି ଘୋଷଣା କରିବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢିଛି । ଇତି ମଧ୍ୟରେ ଓଡ଼ିଶାକୁ ଫେରିଥିବା ବିଦେଶୀଙ୍କ ସଂଖ୍ୟା ୧୫ଶହରେ ପହଞ୍ଚିଲାଣି । ଗତ କିଛିଦିନ ଭିତରେ ବିଦେଶ ଫେରନ୍ତାଙ୍କ ମଧ୍ୟରେ ଅଧିକାଂଶ ଭୁବନେଶ୍ୱରରେ ଅଛନ୍ତି । ତେବେ ରାଜଧାନୀକୁ ଆସିଥିବା କିଛି ବିଦେଶ ଫେରନ୍ତାଙ୍କୁ ଠାବ କରାଯାଇ ସେମାନଙ୍କ ଟେଷ୍ଟିଂ କରାଯାଇଛି ସେ ତଥ୍ୟ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ପାଖରେ ନାହିଁ । ବିଏମ୍‌ସି କୌଣସି ତଥ୍ୟ ଦେଉ ନ ଥିବା ଅଭିଯୋଗ ଉଠିବାରେ ଲାଗିଛି । ତେଣୁ ବିଦେଶ ଫେରନ୍ତାଙ୍କ ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ଲାଗି ଆଜି ବିଏମ୍‌ସିର ଉଚ୍ଚପଦସ୍ଥ ଅଧିକାରୀଙ୍କ ସହିତ ସ୍ବାସ୍ଥ୍ୟ ବିଭାଗର ବୈଠକ ବସିବ ବୋଲି ସୂଚନା ମିଳିଛି ।

କରୋନାର ନୂଆ ପ୍ରଜାତି ‘ଓମିକ୍ରନ୍’କୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଚିନ୍ତାଜନକ ପ୍ରଜାତି ଘୋଷଣା କରିବା ପରେ ବିଦେଶ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିଥିଲା। ଯେଉଁ ଯେଉଁ ଦେଶରେ ଏ ପର୍ଯ୍ୟନ୍ତ ଓମିକ୍ରନ୍ ଚିହ୍ନଟ ହୋଇଛି ସେସବୁ ଦେଶ(ଆଟ୍‌ ରିସ୍କ)ରୁ ଓଡ଼ିଶାକୁ ଫେରିଥିବା ବ୍ୟକ୍ତିମାନଙ୍କ ସଂଖ୍ୟା ୧୫ଶହରେ ପହଞ୍ଚିଲାଣି । ସେମାନଙ୍କୁ ଟ୍ରାକିଂ କରି ଆରଟି-ପିସିଆର ପରୀକ୍ଷା କରିବା ଲାଗି ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି। ହେଲେ ଅନେକଙ୍କ ପତ୍ତା ମିଳୁ ନ ଥିବାରୁ ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଅନେକ ନିଜର ଭୁଲ୍ ଠିକଣା/ନମ୍ବର ଦେଇଥିବା ବେଳେ ଯୋଗାଯୋଗ ସମୟରେ ସେମାନେ ରାଜ୍ୟ ବାହାରେ ଥିବା କହୁଛନ୍ତି। ଯେହେତୁ ଦେଶ ବାହାରକୁ ନ ଯାଇ ମଧ୍ୟ ଦେଶରେ କିଛି ବ୍ୟକ୍ତି ଓମିକ୍ରନ୍‌ରେ ଆକ୍ରନ୍ତ ଥିବା ଚିହ୍ନଟ ହୋଇସାରିଲେଣି ।

ଅନ୍ୟପଟେ ବିଏମ୍‌ସିକୁ ଆସିଥିବା ବ୍ୟକ୍ତିମାନଙ୍କ ସଂପର୍କରେ ଏ ପର୍ଯ୍ୟନ୍ତ କୌଣସି ନିର୍ଦ୍ଦିଷ୍ଟ ସୂଚନା ନାହିଁ । ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ରାଜଧାନୀକୁ ଫେରିଥିବା ଲୋକମାନଙ୍କ ସଂପର୍କରେ ନିର୍ଦ୍ଦିଷ୍ଟ ସୂଚନା ନାହିଁ। ଯଦିଓ ବିମାନ ବନ୍ଦରରେ ଲୋକମାନଙ୍କ କୋଭିଡ ପରୀକ୍ଷା କରାଯାଉଛି, ମାତ୍ର ଅଷ୍ଟମ ଦିନ ପରୀକ୍ଷା ପାଇଁ ସେମାନଙ୍କୁ ଠାବ କରିବା ଜରୁରୀ ହୋଇପଡ଼ୁଛି। ଏ ପର୍ଯ୍ୟନ୍ତ କେତେଜଣ ଫେରନ୍ତାଙ୍କୁ ଠାବ କରାଗଲାଣି ତାହା ସଂପର୍କରେ ବିଏମ୍‌ସି ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ କୌଣସି ସୂଚନା ଦିଆଯାଇନାହିଁ। ତେଣୁ ଆସନ୍ତାକାଲି ବିଏମ୍‌ସିର ଅଧିକାରୀମାନଙ୍କ ସହିତ ଏସଂପର୍କରେ ଆଲୋଚନା କରାଯିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

 

Get real time updates directly on you device, subscribe now.