fbpx

କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହେଲା ପିକ୍‌ନିକ୍ ବସ୍: ୩୦ ଜଣ ପର୍ଯ୍ୟଟକ ଆହତ, ୧୫ ଗୁରୁତର

ବାଲିଗୁଡ଼ା, (ଭାସ୍କର ନ୍ୟୁଜ୍‌): ଗୁରୁବାର କନ୍ଧମାଳ ଜିଲ୍ଳା କଳିଙ୍ଗା ଘାଟି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ପିକ୍‌ନିକ୍‌ ସାରି ଫେରୁଥିବା ବେଳେ ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୩୦ ଜଣ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ  ଜି.ଉଦୟଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ୧୫ ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଂକଟାପୂର୍ଣ୍ଣ ଥିବା ଜଣାପଡିଛି।

ସୂଚନା ମୁତାବିକ, ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳକୁ ବସ୍ ନଂ (ଡବ୍ଳୁ- ବି- ୨୯- ଏ- ୨୯୯୯)  ପଶ୍ଚିମବଙ୍ଗର ମେଦିନପୁର ଜିଲ୍ଲାରୁ  ଦାରିଙ୍ଗବାଡ଼ି ଆସିଥିଲା । ସେଥିରେ ୬୦ ଜଣ ପର୍ଯ୍ୟଟକ ଥିଲେ । ସେମାନେ ଦାରିଙ୍ଗବାଡ଼ିରେ ପିକ୍‌ନିକ୍‌ ସାରି ପୁରୀ ଅଭିମୁଖେ ଯାଉଥିଲେ । ତେବେ କଳିଙ୍ଗା ଘାଟିର ଅନ୍ଧାରୀକୋଟ ନିକଟର ବୁଲାଣି ରାସ୍ତାରେ ବସ୍‌ଟି ଭାରସାମ୍ୟ ହରାଇ ସେଫ୍‌ଟି ୱାଲ୍‌ରେ ପିଟି ହୋଇଯାଇଥିଲା । ବସ୍‌ଟି ସେହିଠାରେ ରହିଯାଇଥିଲା । ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଖବର ପାଇ ଜି.ଉଦୟଗିରି, ଟିକାବାଲି ଓ ଭଞ୍ଜନଗର ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ଆହତ ହୋଇଥିବା ୩୦ ଜଣଙ୍କୁ ଉଦ୍ଧାର କରାଯାଇ ଜି.ଉଦୟଗିରି ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଭିତରୁ ୧୫ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ପଠାଯାଇଛି ।

Get real time updates directly on you device, subscribe now.