fbpx

ଚିଲିକା ଡଙ୍ଗାବୁଡି ଘଟଣା: ୨ ମୃତଦେହ ଉଦ୍ଧାର

ବ୍ରହ୍ମଗିରି: ଚିଲିକାରେ ଡଙ୍ଗାବୁଡ଼ି ଘଟଣାରେ ୨ ଜଣଙ୍କ ମୃତଦେହ ଉଦ୍ଧରା ହୋଇଛି । ରବିବାର ସନ୍ଧ୍ୟାରେ ଭୋଜି ସାରି ଫେରୁଥିବାବେଳେ ଗମ୍ଭାରୀଗାଁ ନିକଟ କାଳିଜାଈକୁଦାରେ ବୁଡ଼ିଯାଇଥିଲା ଡଙ୍ଗା ।

ଡଙ୍ଗାରେ ୧୩ ଜଣ ଥିଲେ । ଡଙ୍ଗାବୁଡ଼ିବା ପରେ ଅନ୍ୟମାନେ ପହଁରି ପହଁରି ନିକଟ କୁଦାକୁ ପଳାଇଥିଲେ । କିନ୍ତୁ ସେମାନଙ୍କ ମଧ୍ୟରୁ ୨ ଜଣ ନିଖୋଜ ହୋଇଯାଇଥିଲେ । ତେବେ ଅଗ୍ନିଶମ ବାହିନୀ ଦ୍ୱାରା ୨ ଜଣଙ୍କ ମୃତଦେହ ଉଦ୍ଧାର ।

Get real time updates directly on you device, subscribe now.