ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିମ୍ପାଞ୍ଜି ‘ଲୁଲୁ’ର ମୃତ୍ୟୁ: ୩୬ ବର୍ଷ ରହି ନେଲା ବିଦାୟ
ନନ୍ଦନକାନନରେ ଏକ ସିମ୍ପାଞ୍ଜିର ମୃତ୍ୟୁ। ୧୯୮୮ରେ ସିଙ୍ଗାପୁରରେ ଜନ୍ମ ହୋଇଥିଲା ସିମ୍ପାଞ୍ଜି 'ଲୁଲୁ'। ୧୯୯୪ରେ ଆସିଥିଲା ନନ୍ଦନକାନନ।
ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ସିମ୍ପାଞ୍ଜିର ମୃତ୍ୟୁ । ବୟସାଧିକ କାରଣରୁ ସିମ୍ପାଞ୍ଜିର ମୃତ୍ୟୁ ହୋଇଥିବା ସୂଚନା । ସିମ୍ପାଞ୍ଜିର ନାମ ଜୁଲୁ ଥିବାବେଳେ ୩୬ ବର୍ଷ ବୟସରେ ତାର ମୃତ୍ୟୁ ହୋଇଛି ।
ସାମ୍ପାଞ୍ଜିଟି ୧୯୮୮ରେ ସିଙ୍ଗାପୁରରେ ଜନ୍ମ ନେଇଥିଲା । ୧୯୯୪ରେ ନନ୍ଦନକାନନକୁ ଅଣାଯାଇଥିଲା । ସବୁଠୁ ବଡ଼କଥା ହେଉଛି ଗତକାଲି ନନ୍ଦନକାନନରେ ଗୋଟିଏ ଶାବକ ଜନ୍ମ ଖୁସି ଆଣି ଦେଇଥିଲା ।
ହେଲେ ଆଜି ଜୁଲୁର ମୃତ୍ୟୁ ସମସ୍ତଙ୍କ ମନରେ କୋଉଠି ନା କୋୁଠି ଦୁଃଖ ଭରି ଦେଇଛି । ଲୁଲୁର ମୃତ୍ୟୁ ହେବାରୁ ସିମ୍ପାଞ୍ଜି ସିଂଖ୍ୟା ୭କୁ କମିଲା ।