ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ସଂଘର୍ଷରେ ଚୀନ୍ର ଭୂମିକାକୁ ନେଇ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏକ ରକ୍ଷା ଅନୁସନ୍ଧାନ ସଂଗଠନର ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନକୁ ନିଜର ସାଟେଲାଇଟ୍ ଏବଂ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ଗୁପ୍ତ ସାହାଯ୍ୟ ଯୋଗାଇଥିଲା। ଏହି ସହାୟତା ପାକିସ୍ତାନକୁ ସାମରିକ ଦୃଷ୍ଟିରୁ ଶକ୍ତିଶାଳୀ କରିଥିବା ଜଣାପଡ଼ିଛି।
ତେବେ, ଏ ସମ୍ପର୍କରେ ଭାରତ କିମ୍ବା ପାକିସ୍ତାନ ସରକାରଙ୍କ ତରଫରୁ ଏ ପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ଜାରି ହୋଇ ନାହିଁ। ଏହି ଖୁଲାସା ଦକ୍ଷିଣ ଏସିଆରେ ସାମରିକ ଏବଂ ରାଜନୈତିକ ସମୀକରଣକୁ ଆହୁରି ଜଟିଳ କରିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।
ଏହା ମଧ୍ୟ ଭାରତ-ଚୀନ୍ ସମ୍ପର୍କ ଉପରେ ନୂଆ ପ୍ରଶ୍ନ ଉଠାଇଛି, ଯାହା ପୂର୍ବରୁ ହିଁ ସୀମା ବିବାଦ ଏବଂ ଅନ୍ୟାନ୍ୟ ମୁଦ୍ଦାକୁ ନେଇ ତିକ୍ତତାର ସମ୍ମୁଖୀନ ହେଉଛି। ଏହି ଘଟଣାର ପ୍ରଭାବ ଆଗାମୀ ଦିନରେ ଆଞ୍ଚଳିକ ସ୍ଥିରତା ଉପରେ କ’ଣ ପଡ଼ିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି।