fbpx

ଏଲଏସିରେ ଚୀନର ନୂଆ ଚାଲ୍, ସୀମାଠାରୁ କିଛି କିମି ଦୂରରେ ତିଆରି କଲା କଂକ୍ରିଟ୍ କ୍ୟାମ୍ପ

ନୂଆଦିଲ୍ଲୀ: ଭାରତ-ଚୀନ ବିବାଦ ଧମୁନଥିବା ବେଳେ ଏବେ ପୁଣି ଥରେ ଚୀନ ସୈନ୍ୟମାନେ, ସୀମାରେ ସକ୍ରିୟ ହେବାରେ ଲାଗିଛନ୍ତି । ଚୀନ ଏବେ ଏଲଏସି ପାଖରେ ପରମାନେଟ୍ କଂକ୍ରିଟ୍ କ୍ୟାମ୍ପ ତିଆରି କରୁଛି । କୁହାଯାଉଛି ଯେ, ଏପରି କରିବା ଦ୍ୱାରା ଚୀନ ସେନାଙ୍କୁ ଖୁବ୍ କମ୍ ସମୟରେ କ୍ଷେତ୍ର ଭିତରକୁ ପଶିବାରେ ସୁବିଧା ହେବ । ତେବେ ଚୀନ ସେନାଙ୍କର ଏହି କ୍ୟାମ୍ପ ଉତ୍ତର ସିକ୍କିମ୍ ଅଞ୍ଚଳରେ ନକୁଲା ପାଖରେ ଥିବା ଚୀନ କ୍ଷେତ୍ରରେ କିଛି କିଲୋମିଟର୍ ଭିତରେ ତିଆରି ହୋଇଛି ।

ସୁତ୍ରରୁ ପ୍ରକାଶ ଯେ, ଚୀନ ସେନା ତିଆରି କରିଥିବା ଏହି କଂକ୍ରିଟ୍ କ୍ୟାମ୍ପ ଗତବର୍ଷ ହୋଇଥିବା ଭାରତ ଓ ଚୀନ ସେନା ମଧ୍ୟରେ ଆକ୍ରମଣ ସ୍ଥଳଠାରୁ କିଛି ମିନିଟ୍ ଦୂରରେ ତିଆରି ହୋଇଛି । ଏହି କ୍ୟାମ୍ପ କରିବା ଦ୍ୱାରା ଫ୍ରଣ୍ଟଲାଇନ୍ ଅଞ୍ଚଳ ମାନଙ୍କରେ ସେନା ମୁତୟନ କରିବାରେ ଚୀନକୁ ଅନେକ ସୁବିଧା ହେବ । ଏଥିସହିତ ରାସ୍ତା ଗୁଡ଼ିକୁ ବି ଖୁବ୍ ଭଲ ଭାବେ ତିଆରି କରାଯାଇଛି । ଯଦ୍ୱାରା ସମସ୍ତ ଫ୍ରଣ୍ଟଲାଇନ୍ ଇଲାକା ଉପରେ ଭଲ ଭାବେ ନଜର ରଖାଯାଇପାରିବ ।

ଏହିଭଳି କିଛି କଂକ୍ରିଟ୍ ଷ୍ଟକଚର୍ ଅରୁଣାଞ୍ଚଳ ପ୍ରଦେଶ ଅଞ୍ଚଳରେ ବି ଦେଖିବାକୁ ମିଳିଛି । ଏହା ଚୀନ ସେନାକୁ ଥଣ୍ଡା ସମୟରେ ଉପୁଜୁଥିବା ସମସ୍ୟାରୁ ମୁକ୍ତି ମିଳିବାରେ ରକ୍ଷା କରିବ ବୋଲି କୁହାଯାଉଛି । କାରଣ ଥଣ୍ଡା ଦିନ ମାନଙ୍କରେ ଉକ୍ତ ସୀମାନ୍ତ ଅଞ୍ଚଳରେ ଖୁବ୍ ଜୋରରେ ଥଣ୍ଡା ପଡ଼ୁଥିବାରୁ ଚୀନ ସେନା ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି ।

Get real time updates directly on you device, subscribe now.