fbpx

ସାମରିକ ଅଭ୍ୟାସ ବନ୍ଦ କରୁନାହିଁ ଚୀନ,ତାଇୱାନକୁ ନାଲି ଆଖି ଦେଖାଉଛି ଡ୍ରାଗନ

ଚୀନ: ରକ୍ତ ଚାଉଳ ଚୋବାଉଛି ଚୀନ । ଆଜି ଚୀନ ତାଇୱାନ ଚତୁର୍ପାଶ୍ୱ ରେ ସାମରିକ ଅଭ୍ୟାସ ଜାରି ରଖିଛି ବୋଲି ବେଜିଙ୍ଗ ସୂଚନା ଦେଇଛି । ତେବେ ରବିବାର ଦିନ ଏହି ସାମରିକ ଅଭ୍ୟାସ ବନ୍ଦ କରିବା ପାଇଁ ବେଜିଙ୍ଗ କହିଥିବା ବେଳେ ଆଜି ମଧ୍ୟ ଏହା ଜାରି ରଖିଛି ।
ସୂଚନାମୁତାବକ ଗତସପ୍ତାହରେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିନିଧି ସଭାର ବାଚସ୍ପତି ନେନସି ପିଲୋସିଙ୍କ ଗସ୍ତକୁ ବିରୋଧ କରିଥିଲା ଚୀନ । ପେଲୋସି ତାଇୱାନ ଗସ୍ତ ଯାହାକି ଚୀନ କୁ କ୍ରୋଧିତ କରିଥିଲା । ତାଇୱାନଙ୍କୁ ଏହାପାଇଁ ସଚେତନ ମଧ୍ୟ କରିଥିଲା ଚୀନ । କିନ୍ତୁ ପିଲୋସି ଚୀନର କଥାକୁ ଖାତିର କରିନଥିଲେ । ଏହି ଘଟଣା ପରେ ଚୀନ ଆକ୍ରୋଷମୂଳକ ଭାବେ ଗଣତାନ୍ତ୍ରୀକ ଦ୍ୱୀପ ଚାରିପଟେ ସାମରିକ ଯୁଦ୍ଧାଭ୍ୟାସ କରିଥିଲା ।

ତାଇୱାନର ଚତୁର୍ଦ୍ଦିଗ ଆକାଶ ମାର୍ଗ ଠାରୁ ଆରମ୍ଭ କରି ସମୁଦ୍ର ପଥ ସବୁ ମାର୍ଗରେ ସାମରିକ ଡ୍ରିଲ ଘୋଷଣା କରିଛି ଚୀନ । ଚୀନର ଇଷ୍ଟର୍ନ ଥିଏଟର କମାଣ୍ଡ ସୋମବାର କହିଛି ଯେ ସମୁଦ୍ର ପଥ ଉପରେ ଅଧିକ ଡ୍ରିଲ ଜାରି ରଖିବ । ତେବେ ଏହାକୁ ନେଇ କୂଟନିତିଜ୍ଞ ମାନେ ମତପ୍ରକାଶ କରିଛନ୍ତି ଯେ ଚୀନ ତାଇୱାନର ପ୍ରତିରକ୍ଷା ଉପରେ ଚାପ ପକାଇ ରଖିବାକୁ ଚାହୁଁଛି । ଏବେ ଦକ୍ଷିଣ ଚୀନ ସାଗର ଏବଂ ପୀତ ସାଗରର କେତେକ ପ୍ରାନ୍ତରେ ଆଜି ବେଞ୍ଜିଙ୍ଗ ଲାଇଭ ଫାୟାର ଡ୍ରିଲ କରିବ ବୋଲି ପ୍ରସ୍ତୁତ କରିଛି ।

 

Get real time updates directly on you device, subscribe now.