fbpx

ଶରୀରରେ କରିଥିଲେ ୧.୫ କୋଟି ଟାଟୁ: ବର୍ତ୍ତମାନ ଅବସ୍ଥା ହେଲା ଏହିପରି

ଆଜିର ସମୟରେ ଅନେକ ପରିବର୍ତ୍ତନ ଆସିଛି । ଲୋକେ ନିଜର ଫ୍ୟାସନ୍ ଓ ଷ୍ଟାଇଲ ପାଇଁ ଅନେକ ଉପାୟ ଆପଣାଉଛନ୍ତି । କିଏ ହେୟାର କଲର କରି ନିଜକୁ ନୂଆ ରୂପ ଦେଉଛି ତ ଆଉ କିଏ ଶରୀରରେ ଟାଟୁ କରି ନିଜକୁ ସଜାଉଛି । ତେବେ ଏହି ଟାଟୁ କରିବା ଦ୍ୱାରା କିଛି କ୍ଷେତ୍ରରେ ଚାକିରୀ କିମ୍ବା କ୍ୟାରିୟର ଉପରେ ଏହାର ପ୍ରଭାବ ପଡି ନଥିବାବେଳେ, ଅନେକ କ୍ଷେତ୍ରରେ ଟାଟୁ ପାଇଁ ସରକାରୀ କିମ୍ବା ବେସରକାରୀ ଚାକିରିର ସମ୍ଭାବନା କମ୍ ହୋଇଥାଏ ।

ଆଜିକାଲିର ଯୁବପିଢି ନିଜର ଖୁସି ପାଇଁ ଶରୀରରେ ଟାଟୁ କରିଥାନ୍ତି । କିଏ ଗୋଟିଏ କିମ୍ବା ଦୁଇଟି ଟାଟୁ କରିଥାନ୍ତି ତ ଆଉ କିଏ ଅଧିକ ଟାଟୁ କରିଥାନ୍ତି । କିନ୍ତୁ ଏପରି ଜଣେ ମହିଳା ଅଛନ୍ତି ଯାହାଙ୍କ ଟାଟୁ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ମହିଳା ଜଣଙ୍କ ନିଜ ଖୁସି ପାଇଁ ତାଙ୍କ ଶରୀରରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ‘୧.୫’ କୋଟି ଟାଟୁ ତିଆରି କରିଛନ୍ତି । ବର୍ତ୍ତମାନ ଚାଲନ୍ତୁ ଜାଣିବା କିଏ ଏହି ମହିଳା ଯିଏକି ନିଜ ଶରୀରର ‘୯୯’ ପ୍ରତିଶତ ଭାଗ ଟାଟୁରେ ସଜାଇଛନ୍ତି ।

ଅଷ୍ଟ୍ରେଲିଆର ଅମ୍ବର ଲ୍ୟୁକ୍ ନାମକ ଜଣେ ମହିଳା ନିଜର ଟାଟୁ ପାଇଁ ବର୍ତ୍ତମାନ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେ ନିଜ ଶରୀରରେ ଟାଟୁ ଓ ଅପରେସନ ପାଇଁ ୨୦୦,୦୦୦ ପାଉଣ୍ଡ ଅର୍ଥାତ (୧.୯ କୋଟି) ଟଙ୍କା ଖର୍ଚ୍ଚ କରିଛନ୍ତି । ତେବେ ଡ୍ରାଗନ ଗାର୍ଲ ନାମରେ ପରିଚିତ ଅମ୍ବର ଜିଭରେ କଣ୍ଟା,ଏଲଫିନ ପରି କାନ ଓ ଆଖିରେ ଡ୍ରାଗନ ବ୍ଲୁ ଟାଟୁ କରିବା ପାଇଁ ନିଜର ଅପରେସନ କରାଇଥିଲେ । ଯାହାଫଳରେ ତିନି ସପ୍ତାହ ପର୍ଯ୍ୟନ୍ତ ସେ ଦେଖିପାରୁ ନଥିଲେ ।

ତେବେ ଟାଟୁର ଦିୱାନୀ ଅମ୍ବର ଏକ ଇଣ୍ଟରଭିୟୁରେ ଶରୀରରେ କରାଇଥିବା ଟାଟୁ ପାଇଁ ହେଉଥିବା ସମସ୍ୟା ବିଷୟରେ କହିଥିଲେ । ସେ କହିଥିଲେ ଟାଟୁ କାରଣରୁ ଶରୀରରେ କଷ୍ଟ ହେବା ସହ ବର୍ତ୍ତମାନ ଚାକିରୀରେ ମଧ୍ୟ ସମସ୍ୟା ଦେଖା ଦେଉଛି । ତାଙ୍କୁ ବର୍ତ୍ତମାନ କୌଣସି କମ୍ପାନୀରେ ଚାକିରି ମିଳୁ ନାହିଁ । କାରଣ ଟାଟୁ କାରଣରୁ ସେ ଏପରି ଦେଖାଯାଉଛନ୍ତି ଯେ କମ୍ପାନୀ ପାଇଁ ସେ ଉପଯୁକ୍ତ ନୁହନ୍ତି ବୋଲି କମ୍ପାନୀ ମାଲିକ ମାନେ କହିଛନ୍ତି । ତେବ ଅମ୍ବର ନିଜ ମୁହଁରେ ପ୍ରାୟ ‘୬୬୬’ ଟାଟୁ କରିଛନ୍ତି । ଯେଉଁଥିରେ ଏକ ଓଲଟା କ୍ରସ୍ ଏବଂ ସାପର ଟାଟୁ ରହିଥିବା ଦେଖିବାକୁ ମିଳିଛି ।

 

Get real time updates directly on you device, subscribe now.