fbpx

+2 Results… ପ୍ରକାଶ ପାଇଲା କଳା ପରୀକ୍ଷାଫଳ: ୨୮ଟି କଲେଜରେ ଶତ ପ୍ରତିଶତ ରେଜଲ୍ଟ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ଅପେକ୍ଷାର ଅନ୍ତ ଘଟିଛି । ପ୍ରକାଶ ପାଇଛି +୨ କଳାର ଫଳାଫଳ । CHSE ଅଧ୍ୟକ୍ଷ ଅଶ୍ୱିନୀ ମିଶ୍ର ଏହି ଫଳାଫଳ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । +୨ କଳା ଛାତ୍ରଛାତ୍ରୀଙ୍କ ସହ ଧନ୍ଦାମୂଳକ ପରୀକ୍ଷାର ମଧ୍ୟ ଫଳାଫଳ ଘୋଷଣା କରିଛନ୍ତି ଗଣ ଶିକ୍ଷାମନ୍ତ୍ରୀ । ଚଳିତବର୍ଷ କଳାରେ ୮୨.୧୦% ପାସ କରିଛନ୍ତି । ୬୨ ହଜାର ୭୩୪ ଜଣ ପିଲା ପ୍ରଥମ ଶ୍ରେଣୀରେ ପାସ କରିଥିବା ବେଳେ ୪୧ ହଜାର ୧୯୩ ଜଣ ଦ୍ୱିତୀୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ୬୭ ହଜାର ୩୪୧ ଜଣ ପିଲା ପାସ କରିଛନ୍ତି ।

ତେବେ ଯୁକ୍ତ ୨ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ମଧ୍ୟ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ପ୍ରକାଶ ପାଇଛି ରେଜଲ୍ଟ । ଚଳିତବର୍ଷ କଳାରେ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷା ଦେଇଥିଲେ । ତେବେ ସନ୍ଧ୍ୟା ୫ଟା ପରେ ୱେବସାଇଟରେ ପିଲାମାନଙ୍କ ରେଜଲ୍ଟ ଉପଲବ୍ଧ ହୋଇ ପାରିବ ବୋଲି ଘୋଷଣା କରିଛନ୍ତି ଅଶ୍ୱିନୀ ମିଶ୍ର । www.orissaresults.nic.in ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ରେଜଲ୍ଟ ଘୋଷଣା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି ।

୨୮ଟି କଲେଜରେ ପରୀକ୍ଷାଫଳ ଶତ ପ୍ରତିଶତ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭.୮୦% ପିଲା କୃତକାର୍ଯ୍ୟ ହୋଇଛନ୍ତି । ସେପଟେ ନବରଙ୍ଗପୁରରେ ଏହି ସଂଖ୍ୟା ସର୍ବନିମ୍ନ ୬୪.୦୭ ପ୍ରତିଶତରେ ରହିଛି । ତେବେ ୧୭୭ରୁ ଅଧିକ ପିଲା ୯୦%ରୁ ଅଧିକ ମାର୍କ ରଖିଛନ୍ତି । ରାଜ୍ୟରେ ମୋଟ ପାସ କରିଥିବା ପିଲାଙ୍କ ସଂଖ୍ୟ ୧ ଲକ୍ଷ ୭୧ ହଜାର ୨୮୮ ରହିଛି ।

ସୂଚନା ଯୋଗ୍ୟ ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ପକ୍ଷରୁ ପ୍ରଥମ ପର୍ୟ୍ୟାୟରେ ଗତ ୨୭ ତାରିଖ ଦିନ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇଥିଲା । ଗଣଶିକ୍ଷା ମନ୍ତ୍ରୀ ଯୁକ୍ତଦୁଇ ବିଜ୍ଞାନ ଓ ବାଣିଜ୍ୟର ଆନୁଷ୍ଠାନିକ ରେଜଲ୍ଟ ଘୋଷଣା କରିଥିଲେ । ତେବେ ବିଜ୍ଞାନରେ ୯୪.୧୨ ଓ ବାଣିଜ୍ୟରେ ୯୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

Get real time updates directly on you device, subscribe now.