fbpx

HDFC ବ୍ୟାଙ୍କ୍ ବଢ଼ାଇଲା ସୁଧ ହାର, ପୁଣି ମହଙ୍ଗା ହେବ୍ ଲୋନ୍

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ୍ ଏହାର ସବୁ ପ୍ରକାରର ଲୋନ୍ ଉପରେ ସୁଧ ହାର ବୃଦ୍ଧି କରିଛି । ମିଳିଥିବା ସୂଚନା ଅନୂଯାୟୀ ବ୍ୟାଙ୍କ୍ ୫-୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଏହି ବୃଦ୍ଧି ସହ ହୋମ୍ ଲୋନ୍, କାର୍ ଲୋନ୍, ପର୍ସନାଲ ଲୋନ୍ ସହ ସବୁ ପ୍ରକାର ଲୋନ୍ ମହଙ୍ଗା ହେବ ।

ଏଚଡିଏଫସି ବ୍ୟାଙ୍କ୍ ସବୁ ଲୋନ୍ ଅବଧି ପାଇଁ ମାର୍ଜିନାଲ କଷ୍ଟ୍ ଅଫ୍ ଫଣ୍ଡସ୍ ବେସ୍ଡ ଲେଣ୍ଡିଂ ରେଟ୍(ଏମସିଏଲଆର) ବା ଋଣ ହାର ୫-୧୦ ବେସିସ୍ ପଏଣ୍ଟ ବୃଦ୍ଧି କରିଛି । ଏହି ବୃଦ୍ଧି ଆଜି ୮ ଅଗଷ୍ଟ ୨୦୨୨ ଠାରୁ ଲାଗୁ ହୋଇଛି । ବ୍ୟାଙ୍କ ଏହି ନିଷ୍ପତି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଦ୍ୱାରା ରେପୋରେଟ୍ ୫୦ ବେସିସ୍ ପଏଣ୍ଟ (୦.୫୦) ବଢ଼ିବା ନେଇ ଘୋଷଣା ପରେ କରିଛି ।

ସୂଚନାଯୋଗ୍ୟ, ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତି ଦାସ ଶୁକ୍ରବାର ରେପୋରେଟ୍ ବୃଦ୍ଧି ନେଇ ଘୋଷଣା କରିଥିଲେ । ଏହି ବୃଦ୍ଧି ପରେ ରେପୋ ରେଟ୍ ବଢ଼ି ୫.୪୦ ପ୍ରତିଶତ ହୋଇଛି । ଆରବିଆଇ ଚଳିତ ବର୍ଷ ଲଗାତାର ତୃତୀୟ ଥର ରେପୋରେଟ୍ ବୃଦ୍ଧି କରିଛି ।

Get real time updates directly on you device, subscribe now.