fbpx

ଶେଷ ଦିନରେ ଜାରି ପଦକ ବିଜୟ: ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଲେ ଲକ୍ଷ୍ୟ ସେନ୍

ନୂଆଦିଲ୍ଲୀ: ଭାରତର ଯୁବ ବ୍ୟାଡମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ କମନୱେଲଥ ଗେମ୍ସରେ ସୋମବାର ପୁରୁଷ ସିଙ୍ଗିଲ୍ସରେ ସ୍ୱର୍ଣ୍ଣ ପଦକ ହାତେଇଛନ୍ତି । ବର୍ମିଂଘମରେ ଜାରି ଏହି ଖେଳରେ ଲକ୍ଷ୍ୟ ଫାଇନାଲ ମ୍ୟାଚରେ ମାଲେସିଆର ଏନଜି ଜେ ୟୋଙ୍ଗଙ୍କୁ ୧୯-୨୧, ୨୧-୦୯, ୨୧-୧୬ ରେ ହରାଇଛନ୍ତି । ଲକ୍ଷ୍ୟ ସେନ ପ୍ରଥମ ଥର କମନୱେଲଥ ଗେମ୍ସରେ ଓହ୍ଲାଇଛନ୍ତି ଏବଂ ସ୍ୱର୍ଣ୍ଣ ପଦକ ଜିତିବାରେ ସଫଳ ହୋଇଛନ୍ତି ।

ଲକ୍ଷ୍ୟ ସେନ୍ ଏବଂ ଜେ ୟୋଙ୍ଗ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା । ପ୍ରଥମ ରାଉଣ୍ଡରେ ୟୋଙ୍ଗ ୨୧-୧୯ ରେ ବିଜୟୀ ହୋଇଥିଲେ ।  କିନ୍ତୁ ଦ୍ୱିତୀୟ ରାଉଣ୍ଡରେ ଲକ୍ଷ୍ୟ ମ୍ୟାଚରେ ନିଜ ସ୍ଥିତିକୁ ଫେରାଇ ଆଣିବା ସହ ୨୧-୯ ରେ ଜିତିଥିଲେ । ସେହିପରି ତୃତୀୟ ରାଉଣ୍ଡରେ ୨୧-୧୬ ରେ ଜିତିବା ସହ ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିଛନ୍ତି ।

ଏହା ସହ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ଭାରତ ୨୦ ସ୍ୱର୍ଣ୍ଣ, ୧୫ ରୌପ୍ୟ, ୨୨ ବ୍ରୋଞ୍ଜ ସହ ମୋଟ ୫୭ ପଦକ ଜିତିଛି ।

Get real time updates directly on you device, subscribe now.