fbpx

୮ ବର୍ଷ ପରେ ପ୍ରତିଶୋଧ ନେଲେ ପିଭି ସିନ୍ଧୁ: ମିସେଲଙ୍କୁ ହରାଇ ପାଲଟିଲେ CWG-22 ଚମ୍ପିଆନ

ନୂଆଦିଲ୍ଲୀ: ଭାରତର ଷ୍ଟାର ଶଟଲର ତଥା ଅଲିମ୍ପିକ ଚମ୍ପିଆନଙ୍କ ନାଁ ଆଗରେ ଲାଗିଛି ଆଉ ଏକ ସଫଳତା । କମନୱେଲଥ ଗେମ୍ସ ଚମ୍ପିଆନର ମୁକୁଟ ପିନ୍ଧିଛନ୍ତି ପିଭି ସିନ୍ଧୁ । ଏହି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସର ଫାଇନାଲରେ ମ୍ୟାଚରେ କାନାଡାର ମିସେଲ ଲୀ’ଙ୍କୁ ହରାଇ ସେ ଏହି ସଫଳତା ନିଜ ନାମରେ କରିଛନ୍ତି । ଏହି ମ୍ୟାଚରେ ଗୋଲ୍ଡ ମେଡାଲ ହାତେଇବା ସହିତ ୮ ବର୍ଷର ପୁରୁଣା ପ୍ରତିଶୋଧ ନେଇଛନ୍ତି ସିନ୍ଧୁ ।

କମନୱେଲଥ ଗେମ୍ସର ଫାଇନାଲ ମୁକାବିଲାରେ ୨୧-୧୫ ଏବଂ ୨୧-୧୩ରେ ମିସେଲଙ୍କୁ ହରାଇ ଭାରତକୁ ସ୍ୱର୍ଣ୍ଣ ପଦକ ଉପହାର ଦେଇଛନ୍ତି । ଏହି ମ୍ୟାଚକୁ ବିଜୟ କରିବା ପରେ ୮ ବର୍ଷର ଏକ ପୁରୁଣା ପରାଜୟର ପ୍ରତିଶୋଧ ନେଇଛନ୍ତି ସିନ୍ଧୁ । ଗତ ୨୦୧୪ କମନୱେଲଥ ଗେମ୍ସର ସେମି ଫାଇନାଲରେ ମିସେଲ ସିନ୍ଧୁ ପରାସ୍ତ କରିଥିଲେ । ଯାହା ଫଳରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ମଧ୍ୟ ଭାଙ୍ଗି ଚୁରମାର ହୋଇଯାଇଥିଲା । ଶେଷରେ ବ୍ରୋଞ୍ଜ ମେଡାଲରେ ହିଁ ସିନ୍ଧୁଙ୍କୁ ସନ୍ତୁଷ୍ଟ ହେବାକୁ ପଡିଥିଲା ।

ଏହି ପରାଜୟର ସେ ଏବେ ଏକ ମଧୁର ପ୍ରତିଶୋଧ ନେଇଛନ୍ତି । କିନ୍ତୁ ଚଳିତ ଥର ମିସେଲଙ୍କୁ ସିନ୍ଧୁ ଦେଇଛନ୍ତି ଟିକିଏ ବଡ ଝଟକା । ସେମି ଫାଇନାଲରେ ମିଳିଥିବା ହାର ଜବାବରେ ମିସେଲଙ୍କୁ ଫାଇନାଲରେ ପରାସ୍ତ କରିଛନ୍ତି ସିନ୍ଧୁ । ଏମିତିକି ପଦକର ରଙ୍ଗ ମଧ୍ୟ ସେ ପରିବର୍ତ୍ତନ କରି ଦେଇଛନ୍ତି । ଗତଥର ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିବା ସିନ୍ଧୁ ପ୍ରତିଶୋଧ ସହିତ ହାସଲ କରିଛନ୍ତି ସ୍ୱର୍ଣ୍ଣ ପଦକ । କମନୱେଲଥ ଗେମ୍ସରେ ସେ ଏହାକୁ ମିଶାଇ ମୋଟ ୫ଟି ପଦକ ନିଜ ନାମରେ କରିଛନ୍ତି ।

Get real time updates directly on you device, subscribe now.