fbpx

ଆମେରିକା ସୈନ୍ୟ ଅଧିକାରୀଙ୍କ ବୟାନକୁ ନେଇ ଚିହିଁକି ଉଠିଲା ଚୀନ୍, କହିଲା ଏମିତି…

Advertisement

ନୂଆଦିଲ୍ଲୀ: ଭାରତ ଗସ୍ତରେ ଆସିଥିବା ଆମେରିକାର ମୁଖ୍ୟ ସେନା ଅଧିକାରୀଙ୍କ ବୟାନକୁ ନେଇ ଚିହିଁକି ଉଠିଛି ଚୀନ । ଆମେରିକା ଜେନେରାଲ ଚାର୍ଲ୍ସ ଏ ଫ୍ଲିନ କହିଥିଲେ ଯେ ଏଲଏସି ପୀଖରେ ଚୀନ ନିର୍ମାଣ କରୁଛିଳ ଯାହା ଭାରତ ପାଇଁ ବିପଦ ସଙ୍କେତ । ଏବେ ଚୀନ ଏହା ଉପରେ ପ୍ରତିକ୍ରିୟା ରଖି କହିଛି ଯେ ଆମେରିକା ଦୁଇ ଦେଶ ମଧ୍ୟରେ ନିଆଁ ଲାଗାଇବାକୁ ଚେଷ୍ଟା କରୁଛି ।

ଚୀନର ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି ଯେ ବେଜିଂ ଏବଂ ନୂଆଦିଲ୍ଲୀ ପରସ୍ପର ମିଶି ସମସ୍ୟାର ସମାଧାନ କରିପାରିବେ । ଆମେ କଥାବାର୍ତ୍ତା ଜରିଆରେ ସମାଧାନ ଖୋଜିବୁ, କିନ୍ତୁ ଆମେରିକା ଚାହୁଁନାହିଁ ଏହାର ସମାଧାନ ହେଉ, ଏଥିପାଇଁ ସେ ଦୁଇ ଦେଶ ମଧ୍ୟରେ ତିକ୍ତତା ସୃଷ୍ଟି କରିବାକୁ ଚାହୁଛି । ସେ କହିଛନ୍ତି ଆଶା କରୁଛି ଆମେରିକା ସେନାଧିକାରୀ ଏଭଳି ଅଭିଯୋଗ କରିବେ ନାହିଁ ଏବଂ ଶାନ୍ତି ସ୍ଥାପନ ପାଇଁ ସହଯୋଗ କରିବେ । ସେ ଆହୁରି କହିଛନ୍ତି ପୂର୍ବ ଲଦାଖକୁ ନେଇ ଦୁଇ ବର୍ଷ ଧରି ଯେଉଁ ବିବାଦ ଚାଲୁଛି ଏବେ ତାହା ସମାଧାନ ହେବା ଦିଗରେ ରହିଛି । ସେନା ପଛକୁ ଫେରିଛନ୍ତି । ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀରେ ମିଡିଆ ସହ କଥା ହେବାବେଳେ ଫ୍ଲିନ୍ କହିଥିଲେ ଯେ ଯେଉଁଭଳି ଭାବରେ ଚୀନ ଏଲଏସିରେ ନିର୍ମାଣ କରୁଛି ତାହା ବିପଦର ସଙ୍କେତ ହୋଇପାରେ । ସେ ଚୀନର ଉଦ୍ଦେଶ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ।

ଉଲ୍ଲେଖଯୋଗ୍ୟ, ୨୦୨୦ ମେ ଠାରୁ ପୂର୍ବ ଲଦାଖରେ ଭାରତ ଏବଂ ଚୀନ ଆମ୍ନା ସାମ୍ନି ହେଉଛନ୍ତି । ଗଲୱାନ ଘାଟିରେ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ସ୍ଥିତି ଆହୁରି ବିଗିଡ଼ିଥିଲା । ନିକଟରେ ଜଣା ପଡ଼ିଥିଲା ଯେ ଚୀନ ପ୍ୟାଙ୍ଗଙ୍ଗ ହ୍ରଦ ନିକଟରେ ଦ୍ୱିତୀୟ ବ୍ରିଜ ନିର୍ମାଣ କରୁଛି ଯାହାଦ୍ୱାରା ସହଜରେ ସେନା ପଠାଇହେବ । ଏହା ବ୍ୟତୀତ ଭାରତୀୟ ସୀମା ନିକଟରେ ୫୦ ହଜାର ସୈନିକଙ୍କୁ ରହିବା ବ୍ୟବସ୍ଥା ମଧ୍ୟ କରୁଛି ।

Get real time updates directly on you device, subscribe now.