fbpx

Whatsapp ବ୍ୟବହାର କାରଣରୁ ମୁସଲିମ ମହିଳା ଅଟକ; ଦାଏର ହେଲା ଅପରାଧିକ ମାମଲା

ନୂଆଦିଲ୍ଲୀ: ଟେକ୍ନୋଲୋଜିରେ ଆମେ ଦିନକୁ ଦିନ ଆଗକୁ ବଢୁଥିବା ବେଳେ ହ୍ୱାଟ୍ସଆପ୍ ବ୍ୟବହାର ପାଇଁ ଜଣେ ମହିଳା ଅଡୁଆରେ ପଡିଛନ୍ତି । ମୁସଲିମ ମହିଳା ଜଣଙ୍କୁ ହ୍ୱାଟ୍ସଆପ୍ ବ୍ୟବହାର କାରଣରୁ ଅଟକ ରଖାଯିବା ସହିତ ଅପରାଧିକ ମାମଲା ରୁଜୁ କରାଯାଇଛି । ବିଭିନ୍ନ ଇସଲାମିକ ଗୋଷ୍ଠୀ ପକ୍ଷରୁ ଏହାକୁ ଅପରାଧ ଭାବରେ ବିବେଚନା କରାଯାଉଛି ବୋଲି ‘ଇନ ଦ କ୍ୟାମ୍ପସ: ଚାଇନାସ ହାଇଟେକ ପେନାଲ କଲୋନୀ’ ନାମକ ବହିରେ ଉଲ୍ଲେଖ କରାଯାଇଛି ।
ଭେରା ଝୋଉ ନାମକ ଜନୈକ ମହିଳା ଛାତ୍ରୀ ୱାଶିଂଟନ ୟୁନିଭର୍ସିଟିରେ ପାଠ ପଢନ୍ତି । ଭିପିଏନ୍ ବ୍ୟବହାର କରି ଛାତ୍ରୀ ଜଣକ ହ୍ୱାଟ୍ସଆପ୍ ମେସେଜିଂ ଆପ୍ ବ୍ୟବହାର କରିଥିଲେ । ଏହା ସହିତ ନିଜ ଜିମେଲ ଆକାଉଣ୍ଟ ମଧ୍ୟ ଲଗ ଇନ କରିଥିବା ନେଇ ଅଭିଯୋଗ ଆସିଥିଲା । ଜିନଜିଆଙ୍ଗରେ ନିଜର ହୋମୱାର୍କ ପାଇଁ ଏହି ଛାତ୍ରୀ ଜଣକ ଭିପିଏନ ବ୍ୟବହାର କରିଥିଲେ । ଏହି ଅଭିଯୋଗ ଆସିବା ପରେ ଯୁବତୀ ଜଣଙ୍କୁ ଗିରଫ କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା । ମୁକ୍ତ କରାଯାଇଥିଲେ ମଧ୍ୟ ସେ ଏକ ଡିଜିଟାଲ ଜେଲରେ ଥିବା ଭଳି ଅନୁଭବ କରୁଥିବା କହିଛନ୍ତି ଯୁବତୀ ।

Get real time updates directly on you device, subscribe now.