fbpx
BJD
BJD SKY
BJD SKY

ତାଇଓ୍ଵାନ ସୀମାରେ ଖୁବ୍ ମିସାଇଲ ମାଡ କଲା ଚୀନ, ଜାପାନ ଉପରେ ରାଗ ସୁଝାଇବାକୁ ଚେଷ୍ଟା

BJD

ନୂଆଦିଲ୍ଲୀ: ଆମେରିକାର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇଓ୍ଵାନା ଯାତ୍ରାକୁ ନେଇ ରାଗରେ ଜର୍ଜରିତ ଚୀନ। ଫଳସ୍ଵରୂପ ଚୀନ ସୈନିକ ତାଇଓ୍ଵାନ ସୀମା ଉପରେ ଖୁବ୍ ମିସାଇଲ ମାଡ କରିଛି। ସାମରିକ ଅଭ୍ୟାସ୍ ସମୟରେ ତାଇଓ୍ଵାନର ଆଖପାଖ ସମୁଦ୍ର ପାଣିରେ ଅନେକ ମିସାଇଲ୍ ନିକ୍ଷେପ କରିଛି ଡ୍ରାଗନ। ତାଇପେର ପ୍ରତିରକ୍ଷା ମନ୍ତ୍ରଣାଳୟ କ୍ଷେତ୍ରୀୟ ଶାନ୍ତିକୁ ଦୁର୍ବଳ କରିବାକୁ ଚୀନର ଏହା ଅପଚେଷ୍ଟା ବୋଲି କହିଛନ୍ତି।

ତାଇଓ୍ଵାନର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜର ସଂକ୍ଷିପ୍ତ ବୟାନରେ କହିଛି ଯେ, ଚୀନ କମ୍ୟୁନିଷ୍ଟ ପାର୍ଟି ଗୁରୁବାର ଅପରାହ୍ନ ପ୍ରାୟ ୧ଟା ୫୬ ମିନିଟରେ ପୂର୍ବୋତର ଏବଂ ଦକ୍ଷିଣ ପଶ୍ଚିମ ତାଇଓ୍ଵାନର ଆଖପାଖ ଅଞ୍ଚଳ ଉପରେ ଅନେକ ବାଲିଷ୍ଟିକ ମିସାଇଲ୍ ମାଡ କରିଛି। ଏମିତି କରି ଚୀନ ଜାପାନ ଉପରେ ନିଜର କ୍ରୋଧ ଜାହିର କରିଛି।

ଚୀନର ଇଷ୍ଟର୍ଣ୍ଣ ଥିଏଟର କମାଣ୍ଡ ମତରେ ନିୟୋଜିତ ସମରାଭ୍ୟାସ ଆଧାରରେ ଗୁରୁବାର ତାଇଓ୍ଵାନର ପୂର୍ବ ଉପକୂଳରେ ପାରମ୍ପରିକ ମିସାଇଲର ଅନେକ ନିକ୍ଷେପ କରାଯାଇଛି। ଗୁଳିବର୍ଷଣ ପୂରା ହେବା ପରେ ସମ୍ବନ୍ଧିତ ସମୁଦ୍ର ଏବଂ ଆକାଶ ମାର୍ଗକୁ ଖାଲି କରିଥିଲା ଚୀନ। ଏମିତି ସମରାଭ୍ୟାସ କରି ଚୀନ ତାଇଓ୍ଵାନ ମନରେ ଭୟ ସଞ୍ଚାର କରିବାକୁ ଚେଷ୍ଟା କରିଛି।

ଜି-୭ ବିରୋଧରେ ଉତକ୍ଷିପ୍ତ ହେଲା ଚୀନ

ଚୀନ ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର କହିଛି, କମ୍ବୋଡିଆରେ ଆସିୟାନ କାର‌୍ୟ୍ୟକ୍ରମ ପୂର୍ବରୁ ଚୀନର ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵି ଏବଂ ଜାପାନ ସମକକ୍ଷଙ୍କ ମଧ୍ୟରେ ଏକ ବୈଠକ ରଦ୍ଦ କରାଯାଇଛି। ଏକ ନିୟମିତ ମିଡିଆ ପ୍ରେସମିଟରେ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି ତାଇଓ୍ଵାନ ବିଷୟରେ ଜି-୭ ଦେଇଥିବା ଯୁଗ୍ମ ବୟାନକୁ ଚୀନ ଖଣ୍ଡନ କରୁଛି। ଜି-୭ ତାଇଓ୍ଵାନ ପ୍ରସଙ୍ଗରୁ ନିବୃତ୍ତ ହେବା ଉଚିତ୍ ବୋଲି ଚୀନ ମୁଖପାତ୍ର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଜାପାନ ସହିତ ଜି-୭ ଦେଶଗୁଡିକର ବୈଦେଶିକ ମନ୍ତ୍ରୀ ବୁଧବାର ଚୀନରୁ ତାଇଓ୍ଵାନ ଜଲଡମରୁମଧ୍ୟ ଆଖପାଖ ଉତ୍ତେଜନାକୁ ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବାକୁ ଆହ୍ଵାନ କରିଥିଲେ। ଯାହାକୁ ନାପସନ୍ଦ କରିଛି ଚୀନ।

Get real time updates directly on you device, subscribe now.