fbpx

କାହିଁକି ଟ୍ରେଣ୍ଡ ହେଉଛି #BoycottAliaBhatt ! ‘Darlings’ ରିଲିଜ ପୂର୍ବରୁ ବିବାଦରେ ଅଭିନେତ୍ରୀ

ମୁମ୍ବାଇ: ରିଲିଜ ପୂର୍ବରୁ ‘Darlings’କୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟଙ୍କ ଏହି ଅପକମିଙ୍ଗ ଫିଲ୍ମକୁ ବୟକଟ କରିବା ପାଇଁ ଟ୍ୱିଟରରେ ଟ୍ରେଣ୍ଡ ଜୋର ଧରିଛି । ତେବେ କାହିଁକିର ରିଲିଜର ଦିନକୁ ପୂର୍ବରୁ ଏହି ଟ୍ରେଣ୍ଡ ଧରିଛି ଏବଂ ସୋସିଆଲ ମିଡିଆରେ ଲୋକମାନେ କାହିଁକି ଏହି ଫିଲ୍ମକୁ ବିରୋଧ କରୁଛନ୍ତି ଏହାକୁ ନେଇ ପ୍ରଶ୍ନ ଉଠିଛି । ଆସନ୍ତୁ ଜାଣିବା ଏହି ପ୍ରଶ୍ନର ସଠିକ କାରଣ ।

Alia Bhatt, BoycottAliaBhatt, Twitter Now Boycotting Alia Bhatt, Darlings, reason why Twitter Now Boycotting Alia Bhatt, Social Media, Viral News, आलिया भट्ट, डार्लिंग्स, बॉयकॉट आलिया भट्ट

ପ୍ରକୃତରେ ପିଲ୍ମକୁ ନେଇ ବିରୋଧ ଉଠିବାର କାରଣ ପାଲଟିଛି ସିନେମାର ଷ୍ଟୋରୀ । ଏଥିରେ ପୁରୁଷମାନଙ୍କ ବିରୋଧରେ ଘରୋଇ ହିଂସାକୁ ପ୍ରୋତ୍ସାହନ ଦିଆଯାଇଥିବା କୁହାଯାଇଛି । ଏବଂ ଏହାକୁ ସମ୍ପୂର୍ଣ୍ଣ ଭୁଲ ବୋଲି ଦର୍ଶାଯାଇଛି । ନିକଟରେ ରିଲିଜ ହୋଇଥିବା ଏହି ଫିଲ୍ମର ଟ୍ରେଲରରେ ଆଲିଆ ସ୍ୱାମୀଙ୍କଠୁ ପ୍ରତିଶୋଧ ନେବା ପାଇଁ ତାଙ୍କୁ ମାଡ ମାରିଥିବା ଦେଖାଯାଇଥିଲା । ଏହାପରେ ନଟିଜେନ୍ସ ଏହା ଉପରେ ଆରୋପ ଲଗାଇବା ସହ ବୟକଟ ପାଇଁ ଦାବି କରିଛି ।

Alia Bhatt, BoycottAliaBhatt, Twitter Now Boycotting Alia Bhatt, Darlings, reason why Twitter Now Boycotting Alia Bhatt, Social Media, Viral News, आलिया भट्ट, डार्लिंग्स, बॉयकॉट आलिया भट्ट

ଫିଲ୍ମରେ ଆଲିଆ ଭଟ୍ଟ ନିଜ ସ୍ୱାମୀ ବିଜୟ ବର୍ମାଙ୍କୁ ଅପହରଣ କରି ତାଙ୍କଠୁ ପ୍ରତିଶୋଧ ନେଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି । ତାଙ୍କ ସହିତ ଯେମିତି ଘଟିଥିଲା ସେ ସ୍ୱାମୀଙ୍କୁ କିଡନାପ କରି ଠିକ ସେମିତି କରିଛନ୍ତି । ଟ୍ରେଲରରେ ସ୍ୱାମୀ ବିଜୟଙ୍କୁ ବିଭିନ୍ନ ପ୍ରକାର ଟର୍ଚର କରୁଥିବା ଦର୍ଶାଯାଇଛି । ଯାହାକୁ ନେଇ ବିବାଦ ଉପୁଜିଛି । ଏହାକୁ ପୁରୁଷମାନଙ୍କ ବିରୋଧରେ ଘରୋଇ ହିଂସାକୁ ପ୍ରୋତ୍ସାହନ ଦେଉଛି ବୋଲି ଦାବି ହୋଇଛି । ତେଣୁ ଏହାକୁ ବୟକଟ କରିବା ପାଇଁ ହାସଟ୍ୟାଗ ଟ୍ରେଣ୍ଡ କରୁଛି ।

ଆଲିଆଙ୍କ ଏହି ଅପକମିଙ୍ଗ ସିନେମାରେ ତାଙ୍କ ବ୍ୟତୀତ ବିଜୟ ଏବଂ ଶେଫାଳୀ ଶାହ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି । ଏହି ଡାର୍କ-କମେଡି ଫିଲ୍ମରେ ଶେଫାଳୀ ଏବଂ ଆଲିଆ ଉଭୟ ମା-ଝିଅ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ଆଲିଆ ପତିଙ୍କ ଦ୍ୱରା ହେଉଥିବା ଅନ୍ୟାୟ ଏବଂ ଅତ୍ୟାଚାରର ବିରୋଧ କରିବା ସହ ଏହା ବିରୋଧରେ ସ୍ୱର ଉଠାଇଛନ୍ତି ।

Get real time updates directly on you device, subscribe now.