fbpx

ବାବୁସାନଙ୍କ ଜାମିନ୍ ଆବେଦନରେ ପଡ଼ିଲା ପୂର୍ଣ୍ଣଚ୍ଛେଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଭିନେତା ବାବୁସାନଙ୍କ ସହ ଜଡ଼ିତ ବିବାଦ ମାମଲାର ପୂର୍ବ ଅପେକ୍ଷା ଶାନ୍ତ ହୋଇପଡିଛି । ଏହାରି ମଧ୍ୟରେ ହାଇକୋର୍ଟରେ ବାବୁସାନଙ୍କ ଆଗୁଆ ଜାମିନ୍ ଆବେଦନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ତଦନ୍ତରେ ସହଯୋଗ କରୁଥିବାରୁ ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ବାବୁସାନ ତଦନ୍ତରେ ସହଯୋଗ କରୁଥିବା ଜଣାଇଛନ୍ତି ଉଭୟ ପକ୍ଷର ଓକିଲ । ଏନେଇ ଉଭୟ ସରକାରୀ ଓ ବାବୁସାନଙ୍କ ଓକିଲ ହାଇକୋର୍ଟଙ୍କୁ ଜଣାଇଛନ୍ତି । ଏନେଇ ବାବୁସାନଙ୍କ ଓକିଲ ଧରଣୀଧର ନାୟକ ସୂଚନା ଦେଇଛନ୍ତି ।

ତେବେ ବାବୁ-ପ୍ରକୃତିଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ମହାନ୍ତି ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରୁ ଏକ କାରରୁ ଧରିଥିଲେ । ଏହାପରେ ପ୍ରକୃତିଙ୍କୁ ତୃପ୍ତି ଆକ୍ରମଣ କରୁଥିବା ନେଇ କିଛି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଥିଲା । ତେବେ ଏହି ଘଟଣା ପରେ ବାବୁ ଓ ପ୍ରକୃତି ଏକାଧିକ ଭିଡିଓ ଶେୟାର କରି ସେମାନଙ୍କର ପ୍ରତିକ୍ରିୟା ବ୍ୟକ୍ତ କରିଥିଲେ । ବାବୁସାନଙ୍କ ନାଁରେ ଆଇପିସିର ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏତଲାରେ ସାଂଘାତିକ ଅଭିଯୋଗ ଆଣିଥିଲେ ପତ୍ନୀ ତୃପ୍ତି ।

ସୂଚନା ମୁତାବକ, ହାଇକୋର୍ଟରେ ବାବୁସାନ୍ ଆଗୁଆ ଜାମିନ୍ ଆବେଦନ କରିଥିଲେ। ପତ୍ନୀ ତୃପ୍ତିଙ୍କ ଅଭିଯୋଗ ଆଧାରରେ ବାବୁସାନଙ୍କ ବିରୋଧରେ ଆଇପିସି ଦଫା ୪୯୮-ଏ ଓ ୫୦୬ରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଗିରଫଦାରୀ ଏଡ଼ାଇବା ପାଇଁ ବାବୁସାନ୍ ହାଇକୋର୍ଟରେ ଆବେଦନ କରିଥିଲେ ।

Get real time updates directly on you device, subscribe now.