fbpx

ଷ୍ଟ୍ରେସକୁ ନେଇ ଚିନ୍ତା କରନ୍ତୁ ନାହିଁ, କାରଣ ଏହା ମସ୍ତିଷ୍କ ପାଇଁ ଭଲ! ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ: ଚାପ ବା ଷ୍ଟ୍ରେସ୍ ଯେକୌଣସି ବ୍ୟକ୍ତିର ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ ବୋଲି ସମସ୍ତେ ଜାଣନ୍ତି, କାରଣ ଏହା ମଣିଷର ଶରୀରକୁ କ୍ଷତି ପହଞ୍ଚାଇଥାଏ । କିନ୍ତୂ ଏବେ ଏକ ନୂଆ ଷ୍ଟଡୀରେ ପ୍ରକାଶିତ ତଥ୍ୟକୁ ଧ୍ୟାନରେ ରଖି ବୈଜ୍ଞାନିକମାନେ ଏକ ନୂଆ ଆଶ୍ଚର୍ଯ୍ୟକର ଖୁଲାସା କରିଛନ୍ତି । ଜର୍ଜିଆ ୟୁନିଭରସିଟିର ୟୁଥ୍ ଡେଭଲପମେଣ୍ଟ୍ ଇନଷ୍ଟିଚ୍ୟୁଟ୍ ଦ୍ୱାରା କରାଯାଇଥିବା ରିସର୍ଚ୍ଚ ଅନୁସାରେ, ଏକ ସ୍ଥିର ଏବଂ କମ ସମୟ ସୀମା ମଧ୍ୟରେ ହେଉଥିବା ଚାପ ଆପଣଙ୍କ ମସ୍ତିଷ୍କ ପାଇଁ ଭଲ ହୋଇପାରେ ।

ଏହି ଷ୍ଟଡୀର ରେଜଲ୍ଟ ମାନସିକ ରୋଗ ଅନୁସନ୍ଧାନ ପରେ ମେଡିକାଲ ଜର୍ନାଲରେ ପ୍ରକାଶିତ ହୋଇଥିଲା । ଏହି ଅନୁସନ୍ଧାନରୁ ଜଣାପଡିଛି ଯେ, ଚାପର ନିମ୍ନରୁ ମଧ୍ୟମ ସ୍ତରର ଲୋକମାନଙ୍କୁ ସ୍ଥିରତା ବିକାଶରେ ସାହାଯ୍ୟ କରିଥାଏ ଏବଂ ମାନସିକ ସ୍ୱାସ୍ଥ୍ୟ ବ୍ୟାଧି ହେବାର ଆଶଙ୍କା କମ କରିଥାଏ । ନିମ୍ନରୁ ମଧ୍ୟମ ସ୍ତରର ଚାପ ଆପଣଙ୍କୁ ସମ୍ଭାବ୍ୟ ଭବିଷ୍ୟତର ଚାପ (ମାନସିକ ବିକୃତି), ଡିପ୍ରେସନ ଏବଂ ଅସ୍ୱାଭାବିକ ସାମାଜିକ ଆଚରଣର ଶିକାର ହେବାରୁ କିଛି ମାତ୍ରାରେ ରକ୍ଷା କରିପାରିବ । ଏହାର ଅର୍ଥ ହେଉଛି ଯଦି ଆପଣ ଏକ ପରିବେଶରେ ଅଛନ୍ତି ଯେଉଁଠାରେ ଆପଣଙ୍କର କିଛି ବା ସାମାନ୍ୟ ସ୍ତରର ଟେନସନ ଅଛି, ତେବେ ଏହା ଆପଣଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ଅର୍ଥାତ୍ ଗତିବିଧିକୁ ଠିକ୍ ଭାବରେ ଚାଲିବାରେ ସାହାର୍ଯ୍ୟ କରିବ ।

ଅଧ୍ୟୟନର ମୁଖ୍ୟ ଲେଖକ ତଥା କଲେଜ ଅଫ୍ ଫ୍ୟାମିଲି ଆଣ୍ଡ କଞ୍ଜ୍ୟୁମର ସାଇନ୍ସର ଆସୋସିଏଟ୍ ପ୍ରଫେସର ଆସାଫ୍ ଓଶ୍ରିଙ୍କ ଅନୁଯାୟୀ, ‘ଏହି ସାମାନ୍ୟରୁ ମଧ୍ୟମ ଚାପ ମାଧ୍ୟମରେ ଭବିଷ୍ୟତର ସଙ୍କଟକୁ ମୁକାବିଲା କରିବା ପାଇଁ ଆପଣ ନିଜ ମନରେ ଏକ ପ୍ରତିକାର ସୃଷ୍ଟି କରିପାରିବେ । ଏହି ମୃଦୁ ଏବଂ ସ୍ୱଳ୍ପ ସମୟର ଚାପ ଆପଣଙ୍କୁ ଏକ ଦକ୍ଷ ଏବଂ ପ୍ରଭାବଶାଳୀ କରିବାରେ ମଧ୍ୟ ଏହାର ଭୂମିକା ଗ୍ରହଣ କରିଥାଏ ।’

Get real time updates directly on you device, subscribe now.