fbpx

ଚୀନ ଆବିଷ୍କାର କଲା ନୂଆ ଦୁନିଆ: ପୃଥିବୀ ପରି ଅନ୍ୟ ଦୁନିଆରେ ଜୀବନ ସମ୍ଭବ

ଓଡ଼ିଶା ଭାସ୍କର: ଚୀନର ନାଁ ଶୁଣିଲେ ସମସସ୍ତଙ୍କ ମନକୁ କେବଳ ଗୋଟିଏ କଥା ଆସିଥାଏ କଣ ଆବିଷ୍କାର କଲା ଚୀନ । ଅଜବ ଆବିଷ୍କାର ଓ ଖାଦ୍ୟ ପାଇଁ ବିଶ୍ୱ ପ୍ରସିଦ୍ଧ ଚୀନ କରିଛି ଆଉ ଏକ ନୂଆ ଆବିଷ୍କାର । ପୃଥିବୀ ବ୍ୟତୀତ ସୌର ଜଗତରେ ଅନ୍ୟ ଦୁନିଆ ବି ଅଛି ଯେଉଁଠାରେ ଜୀବନ ସମ୍ଭବ ଏଭଳି ଦାବି କରିଛି ଚୀନ । ବୈଜ୍ଞାନିକମାନେ ସର୍ବଦା ପୃଥିବୀ ବାହାରେ ଜୀବ ଜଗତ ବଞ୍ଚିବା ସମ୍ଭବପର କି ନୁହେଁ ଗବେଷଣା କରୁଥିବା ବେଳେ ଚୀନର ଏହି ଆବିଷ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଚୀନର ସରକାରୀ ସମାଚାର ପତ୍ର ‘ସାଇନ୍ସ ଏଣ୍ଡ ଟେକ୍ନୋଲୋଜୀ’ର ଏକ ରିପୋର୍ଟ ଅନୁସାରେ ପୃଥିବୀ ବ୍ୟତୀତ ଅନ୍ୟ ଦୁନିଆ ଅଛି ଯେଉଁଠାରେ ଜୀବନ ସମ୍ଭବ ବୋଲି ଚୀନ ଦାବି କରିଛି । ବିଶ୍ୱର ସବୁଠାରୁ ବଡ଼ ରେଡିଓ ଟେଲିସ୍କୋପ ‘ସ୍କାଇ ଆଇ’ ମାଧ୍ୟମରେ ଚୀନ ଅନ୍ୟ ଜଗତରୁ ସଂକେତ ପାଇଥିବା ଜଣା ପଡ଼ିଛି । ତେବେ ‘ନେରୁ ବ୍ୟାଣ୍ଡ ଇଲେକ୍ଟ୍ରୋମ୍ୟାଗନେଟିକ ସିଗ୍ନାଲ’ ଦ୍ୱାରା ଦେଖାଯାଇଥିବା କିଛି ଜୀବଙ୍କୁ କ୍ୟାପଚର କରାଯାଇଥିଲା । ଏହି ଜୀବ ପୃଥିବୀରେ ରହୁଥିବା ମଣିଷଙ୍କ ଠାରୁ ଭିନ୍ନ ବୋଲି ଚୀନ ଗବେଷକ ଟିମ ପ୍ରକାଶ କରିଛନ୍ତି । ତେବେ କ୍ୟାପଚର ହୋଇଥିବା ଏହି ଜୀବଙ୍କ ଉପରେ ଅଧିକ ଅନୁଧ୍ୟାନ କରାଯାଉଛି ।

ଚୀନର ମୁଖ୍ୟ ବୈଜ୍ଞାନିକ ଜାଙ୍ଗ ଟୋନଜୀଙ୍କ କହିବା ଅନୁସାରେ ତାଙ୍କ ବୈଜ୍ଞାନିକ ଟିମ ଏକ ନୂଆ ସଭ୍ୟତାର ଆବିଷ୍କାର କରିଛି । ୨୦୨୦ମସିହାରୁ ଚୀନର ବୈଜ୍ଞାନିକ ଟିମ ଏହା ଉପରେ ଗବେଷଣା କରୁଥିବାର ପ୍ରକାଶ କରିଛନ୍ତି । ସୂଚନାଥାଉ କି, ପୂର୍ବରୁ ମଧ୍ୟ ଚୀନ ଏଭଳି ଦାବି କରି ଆସୁଛି । ୨୦୧୯ରେ ଏଭଳି ସଂକେତ ମିଳିଥିବାର ଚୀନ ପ୍ରକାଶ କରିଥିଲା । ସାଇନ୍ସ ଏଣ୍ଡ ଟେକ୍ନାଲୋଜୀରେ ପ୍ରକାଶ ହୋଇଥିବା ଏହି ପୋଷ୍ଟଟି କିଛି ଦିନ ମଧ୍ୟରେ ଡିଲିଟ ହୋଇଯାଇଥିଲା ।

 

Get real time updates directly on you device, subscribe now.