fbpx

ୟୁପିରେ ବୁଲଡୋଜର ଆକ୍ସନ ଉପରେ ସୁପ୍ରିମକୋର୍ଟଙ୍କ ରହିତାଦେଶ, ନିୟମ ଅନୁସାରେ ଭଙ୍ଗାଯାଉ ନିର୍ମାଣ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ହିଂସାରେ ସଂପୃକ୍ତ ଅଭିଯୁକ୍ତଙ୍କ ବେଅାଇମ ନିର୍ମାଣ ଉଚ୍ଛେଦ ଉପରେ ଆସନ୍ତା ସପ୍ତାହ ଯାଏଁ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଏହି ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ଆସନ୍ତା ତିନି ଦିନ ଭିତରେ ଜବାବ ରଖିବାକୁ କହିଛନ୍ତି। ଆଗାମୀ ଶୁଣାଣି ପର‌୍ୟ୍ୟନ୍ତ ବୁଲଡୋଜର କାର‌୍ୟ୍ୟାନୁଷ୍ଠାନ ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି।

ଅଦାଲତ ଜମିୟତ ଉଲେମା ଇ ହିନ୍ଦ ପକ୍ଷରୁ ଦାଖଲ ଆବେେଦନ ଉପରେ ଶୁଣାଣି କରି କହିଛନ୍ତି, ସରକାରଙ୍କୁ ଏହି ମାମଲାରେ ନିଜର ପକ୍ଷ ରଖିବା ପାଇଁ ସମୟ ଦିଆଯିବ। ସେ ପର‌୍ୟ୍ୟନ୍ତ ଆବେଦନକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯିବ। ଏହି ଲୋକ ମଧ୍ୟ ସମାଜର ଅଂଶ। ଯଦି କାହାର କିଛି ସମସ୍ୟା ଅଛି ତେବେ ଏହାର ସମାଧାନର ରାସ୍ତା ବାହାର କରାଯିବାର ଆବଶ୍ୟକତା ରହିଛି। ଏହି ଧରଣର ନିର୍ମାଣ ଭାଙ୍ଗିବା ଆଇନ ଅନୁସାରେ ହୋଇ ପାରିବ। ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ସପ୍ତାହ ଧାର‌୍ୟ୍ୟ କରିଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ପ୍ରୟାଗରାଜ, କାନପୁର ମାମଲାରେ ଉତ୍ତର ପ୍ରଦେଶ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି। ଏ ନେଇ ରାଜ୍ୟ ସରକାରଙ୍କୁ ତିନି ଦିନର ସମୟ ଦିଆଯାଇଛି। କୋର୍ଟ ଏହା ମଧ୍ୟ କହିଛନ୍ତି, ଯଦି ନିୟମର ପାଳନ କରାଯାଇଛି ତେବେ କାର‌୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯିବ ନାହିଁ। ଜମିୟତ ଉଲେମା ଇ ହିନ୍ଦ ପକ୍ଷରୁ ଆବେଦନରେ କୁହାଯାଇଛି ଯେ, କୌଣସି ଅଭିଯୁକ୍ତଙ୍କ ସଂପତ୍ତି ଉପରେ ତୁରନ୍ତ ଏମିତି କାର‌୍ୟ୍ୟାନୁଷ୍ଠାନ ନିଆନଯାଉ। ତେଣୁ କାନପୁରରେ ଘର ଭାଙ୍ଗିବା ପାଇଁ ଜାରି ପ୍ରସ୍ତୁତି ଉପରେ ରୋକ୍ ଲଗାଯାଉ।

ସଲିସିଟର ଜେନେରାଲ ତୁଷାର ମେହଟ୍ଟା କହିଛନ୍ତି, ଆମେ ସ୍ପଷ୍ଟ କରି ଦେଇଛୁ ଯେ, ଯାହା ଆଇନତଃ ଠିକ୍ ଅଛି ସେହି କୋଠାକୁ ଆମେ ଭାଙ୍ଗୁନାହୁଁ। ସଭିଙ୍କର ନିଜ ନିଜର ଏଜେଣ୍ଡା ରହିଛି। ଏକ ରାଜନୈତିକ ପାର୍ଟି ହିଁ ଯାଚିକା ଦାଖଲ କରିଛି। ଜହାଙ୍ଗିରପୁରୀରେ ସମୁଦାୟ ନଦେଖି ହିଁ ଅବୈଧ ନିର୍ମାଣ ଉଚ୍ଛେଦ କରାଯାଇଛି। ଏଥିରେ ଜରୁରୀ ପ୍ରକ୍ରିୟା ପାଳନ କରାଯାଉଥିବା ମେହଟ୍ଟା କହିଛନ୍ତି।

 

Get real time updates directly on you device, subscribe now.