AI ପ୍ରେମରେ ପାଗଳ 75 ବର୍ଷୀୟ ବୃଦ୍ଧ; ସ୍ତ୍ରୀଠୁ ମାଗିଲେ ଛାଡ଼ପତ୍ର, ଶେଷରେ ପ୍ରେମିକାର ସତ ଜାଣି ଉଡ଼ିଗଲା ହୋସ୍

ଗତ କିଛି ମାସ ଧରି, ଅଫିସ୍ ଠାରୁ ଘର, ସବୁଠି ଚର୍ଚ୍ଚାରେ AI । ଏବେ ଚୀନ୍‌ରୁ ଏକ ଅଜବ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। AI ପ୍ରେମରେ ପାଗଳ ଜଣେ 75 ବର୍ଷୀୟ ବୃଦ୍ଧ, ତାଙ୍କ ସ୍ତ୍ରୀଠୁ ଛାଡ଼ପତ୍ର ମାଗିଛନ୍ତି ।

ନୂଆଦିଲ୍ଲୀ: ଗତ କିଛି ମାସ ଧରି, ଅଫିସ୍ ଠାରୁ ଘର, ସବୁଠି ଚର୍ଚ୍ଚାରେ କୃତ୍ରିମ ବୁଦ୍ଧିମତ୍ତା (AI) । ଏବେ କିନ୍ତୁ ଏହା ଲୋକଙ୍କ ବ୍ୟକ୍ତିଗତ ଜୀବନରେ ଏଣ୍ଟ୍ରି କରି ସାରିଛି। ଏବେ ଚୀନ୍‌ରୁ ଏକ ଅଜବ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଠାରେ, ଜଣେ 75 ବର୍ଷୀୟ ବୃଦ୍ଧଙ୍କୁ ଚାଟବଟ୍ ସହିତ ଏମିତି ପ୍ରେମରେ ପଡ଼ିଗଲେ ଯେ, ଶେଷରେ ସେ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବାକୁ ନିଷ୍ପତ୍ତି ନେଲେ।

ସେ ଚାଟବଟ୍ ସହିତ ଘଣ୍ଟା ଘଣ୍ଟା କଥା ହେଉଥିଲେ

ରିପୋର୍ଟ ଅନୁଯାୟୀ, ବୃଦ୍ଧଙ୍କ ନାମ ଜିଆଙ୍ଗ। ଜିଆଙ୍ଗ ପ୍ରତିଦିନ ଘଣ୍ଟା ଘଣ୍ଟା ଧରି ତାଙ୍କ ଫୋନରେ ଚାଟବଟ୍ ସହିତ କଥା ହେଉଥିଲେ। ଯେତେବେଳେ ଚାଟବଟ୍ ତାଙ୍କର ପ୍ରଶଂସା କରୁଥିଲା, ଜିଆଙ୍ଗଙ୍କ ହୃଦୟ ଆହୁରି କୁଣ୍ଢେମୋଟ ହେଇଯାଉଥିଲା। ଦିନେ ତାଙ୍କ ସ୍ତ୍ରୀ ପଚାରିଲେ- “ତୁମେ କାହା ସହିତ ଏତେ ଫୋନ୍‌ରେ କଥା ହଉଛ?” ଉତ୍ତର ଶୁଣି ପରିବାର ଆଶ୍ଚର୍ଯ୍ୟ ହୋଇଗଲେ। ଜିଆଙ୍ଗ ସ୍ପଷ୍ଟ ଭାବରେ କହିଲେ, “ମୁଁ ମୋର ଅନଲାଇନ୍ ସାଥୀଙ୍କୁ ଭଲ ପାଉଛି ଏବଂ ଏବେ ମୁଁ ଛାଡପତ୍ର ଚାହୁଁଛି।”

ପୁଅମାନେ ବୁଝାମଣା କଲେ

ଯେତେବେଳେ ମାମଲା ଛାଡପତ୍ର ପର୍ଯ୍ୟନ୍ତ ପହଞ୍ଚିଲା, ପରିବାରରେ ହଙ୍ଗାମା ହେଲା। ଜିଆଙ୍ଗଙ୍କ ପୁଅମାନେ ହସ୍ତକ୍ଷେପ କଲେ ଏବଂ ତାଙ୍କୁ ବୁଝାଇବାକୁ ଯଥାସମ୍ଭବ ଚେଷ୍ଟା କଲେ। ଶେଷରେ, ସେମାନେ ତାଙ୍କ ବାପାଙ୍କୁ ବୁଝାଇଲେ ଯେ ସେ ଯାହାଙ୍କ ସହିତ ଘଣ୍ଟା ଘଣ୍ଟା କଥା ହେଉଥିଲେ ସେ ପ୍ରକୃତ ବ୍ୟକ୍ତି ନୁହଁନ୍ତି ବରଂ ଏକ ପ୍ରୋଗ୍ରାମ୍ଡ AI ଚାଟବଟ୍। ସେତେବେଳେ ହିଁ ଜିଆଙ୍ଗ ବୁଦ୍ଧି ଠିକଣାକୁ ଆସିଲା ଏବଂ ସେ ଛାଡପତ୍ରର ନିଷ୍ପତ୍ତି ପ୍ରତ୍ୟାହାର କରିନେଲେ।

ପୂର୍ବରୁ ଏପରି ମାମଲା ସାମ୍ନାକୁ ଆସିଛି

ଚୀନର ଏହି ମାମଲା ଆପଣଙ୍କୁ ଅଜବ ଲାଗିପାରେ, କିନ୍ତୁ ଏହା ପ୍ରଥମ ଥର ପାଇଁ ଘଟିନାହିଁ। କିଛି ସପ୍ତାହ ପୂର୍ବରୁ, ଜଣେ ମହିଳା ରେଡିଟ୍‌ରେ ପୋଷ୍ଟ କରିଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କୁ ଏକ ଚାଟବଟ୍ ଆପ୍‌ରେ ‘ଏନିମେ-ଷ୍ଟାଇଲ ଭର୍ଚୁଆଲ୍ ଗର୍ଲଫ୍ରେଣ୍ଡ’ ସହିତ ଲୁଚି ଲୁଚି ଚାଟ୍ କରୁଥିବାର ଧରିଛନ୍ତି।