fbpx

ସୀମା ଟପିଲା ଡ୍ରାଗନ୍, ଲଦାଖରେ ପଶିଲା ଚୀନ୍‌ର ପିଏଲ୍ଏ ସେନା, ଦଲାଇଲାମାଙ୍କ ଜନ୍ମଦିନ ପାଳନକୁ ବିରୋଧ କରି ଫେରିଗଲେ..

ଲଦାଖ, (ଓଡ଼ିଶା ଭାସ୍କର): ଚୀନ୍‌ ସେନାର ଦାଦାଗିରି ପୁଣି ଥରେ ସାମ୍ନାକୁ ଆସିଛି । ସୀମା ଅତିକ୍ରମ କରି ଭାରତର ଲଦାଖ ସ୍ଥିତ ଦେମଚୁକ୍‌ରେ ପଶିଥିଲେ ଚୀନ୍‌ ସୈନିକ । ସେମାନଙ୍କ ସହ କେତେକ ଚୀନ୍‌ ଲୋକ ମଧ୍ୟ ଥିଲେ । ସେମାନେ ସିନ୍ଧୁ ନଦୀର ଅପରପାର୍ଶ୍ୱରେ ଛିଡ଼ା ହୋଇ ବିରୋଧ ପ୍ରଦର୍ଶନ କରି କିଛି ସମୟ ପରେ ଫେରି ଯାଇଥିଲେ । ଏଠାରେ ଗାଁ ଲୋକମାନେ ଧର୍ମଗୁରୁ ଦଲାଇଲାମାଙ୍କ ଜନ୍ମଦିନ ପାଳନ କରୁଥିବାରୁ ଏହାକୁ ସେମାନେ ବିରୋଧ କରିଥିବା ଜଣାପଡ଼ିଛି ।ସେମାନେ ସିନ୍ଧୁ ନଦୀର ଅପରପାଖରେ ଛିଡ଼ା ହୋଇ ଚାଇନିଜ୍‌ ପତାକା ଓ ବିରୋଧ ପ୍ରଦର୍ଶନ କରିବା ପାଇଁ ପୋଷ୍ଟର ମଧ୍ୟ ଦେଖାଇଥିଲେ । ଜୁଲାଇ ୬ ତାରିଖରେ ଏହି ଘଟଣା ଘଟିଥିଲେ ହେଁ ଏବେ ଏହାର ଫଟୋ ସାମ୍ନାକୁ ଆସିଛି ।

ପ୍ରକାଶଯୋଗ୍ୟ, ଦଲାଇ ଲାମାଙ୍କ ଜନ୍ମଦିନ ପାଇଁ ଯେଉଁ ଗାଁରେ କାର୍ଯ୍ୟକ୍ରମ କରାଯାଉଥିଲା ସେଠାରେ ଚୀନ୍‌ ସେନାର ଯବାନ ଏପରି ଘଟଣା ଘଟାଇଥିଲେ । ଦଲାଇଲାମାଙ୍କ ଜନ୍ମଦିନ ଭାରତର ଲଦାଖରେ ପାଳନ କରାଯାଉଥିବାରୁ ଏହାକୁ ଚୀନ୍‌ ବିରୋଧ କରି ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦଲାଇଲାମାଙ୍କୁ ତାଙ୍କର ୮୬ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ । ସେହିରି ୨୦୧୪ରୁ କ୍ଷମତାରେ ଥିବା ମୋଦି ପ୍ରଥମଥର ପାଇଁ ଦଲାଇଲାମାଙ୍କ ସହ କଥାବାର୍ତ୍ତା କରିଥିବା ଖୋଲାଖୋଲି ଭାବେ ସମସ୍ତଙ୍କୁ ସୂଚନା ଦେଇଥିଲେ । ଏହାକୁ ନେଇ ଚୀନ୍‌ ଚିହିଁକି ଉଠିଥିଲା । ଏବେ ଦଲାଇଲାମାଙ୍କ ଜନ୍ମଦିନ ପାଇଁ ଆୟୋଜିତ କାର୍ଯ୍ୟକ୍ରମକୁ ଚୀନ୍‌ ବିରୋଧ କରିଥିଲା ।

ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ-ମଇ ମାସରେ ଭାରତ ଓ ଚୀନ୍‌ ସେନା ସୀମାକୁ ନେଇ ମୁହାଁମୁହିଁ ହୋଇଥିଲେ ।

Get real time updates directly on you device, subscribe now.