fbpx

ଚୀନ ଜାଲରେ ଫସିଲେ ୨୦ ହଜାର ଭାରତୀୟ ଛାତ୍ରଛାତ୍ରୀ: ଏହି ଉପାୟରେ ପିଲାଙ୍କ ଭବିଷ୍ୟତକୁ କରିଦେଲା ଅନ୍ଧାର

ନୂଆଦିଲ୍ଲୀ: ଚୀନ୍ ମଝିରେ ମଝିରେ ଭାରତ ସହିତ ଭଲ ସମ୍ପର୍କ ଥିବା ଅନେକ ଦାବି କରୁଛି, କିନ୍ତୁ ଡ୍ରାଗନ୍ ଭାରତକୁ କ୍ଷତି ପହଞ୍ଚାଇବାକୁ କେବେ ବି ବିରତ ହୁଏନି । ଚୀନ୍ ଏପରି କିଛି କରିଥାଏ, ଯାହା ଭାରତ ତଥା ଭାରତୀୟଙ୍କୁ କ୍ଷତି ପହଞ୍ଚାଇଥାଏ । ସେହିଭଳି ଡ୍ରାଗନର ଏପରି ଏକ ଚାଲ୍ ସାମ୍ନାକୁ ଆସିଛି, ଯେଉଁ କାରଣରୁ ପ୍ରାୟ ୨୦ ହଜାର ଭାରତୀୟ ଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରରେ ଫସି ରହିଛି ।

ତେବେ ଯେଉଁ ଛାତ୍ରମାନେ ଚୀନରେ ଡାକ୍ତରୀ ପାଠ ପଢ଼ୁଛନ୍ତି ଓ କରୋନା ପାଇଁ ଭାରତ ଫେରିଥିଲେ, ସେମାନଙ୍କୁ ୩ ବର୍ଷ ପରେ ସ୍ଥିତି ସୁଧାର ଆସିଲେ ବି ଫେରିବାକୁ ଭିସା ଦେଉନାହିଁ । ଚୀନ୍ ୩-୪ ମାସ ପୂର୍ବରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ପୁନଃ ପ୍ରବେଶକୁ ନେଇ ଘୋଷଣା କରିଥିଲା, କିନ୍ତୁ ଏହା ପରେ ମଧ୍ୟ ଭାରତୀୟ ଛାତ୍ରଛାତ୍ରୀଙ୍କ ଯିବା ରାସ୍ତା ସଫା ହୋଇନାହିଁ ।

ମାର୍ଚ୍ଚରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ମଧ୍ୟ ହୋଇଥିଲା । ଏହାସହ ଭାରତୀୟ ଛାତ୍ରମାନଙ୍କୁ ଭିସା ପ୍ରଦାନ କରିବାକୁ ରାଜି ହୋଇଥିଲା । ଚୀନ୍ ମଧ୍ୟ ଭାରତୀୟ ଦୂତାବାସରୁ ଏଭଳି ଛାତ୍ରଛାତ୍ରୀଙ୍କ ତାଲିକା ମାଗିଥିଲା, କିନ୍ତୁ ଏହା ପରେ ମଧ୍ୟ ଚୀନ୍ ଏହି ମାମଲାକୁ ଝୁଲାଇ ରଖିଛି । ଚୀନରେ ଏଭଳି ପଦକ୍ଷେପ ଯୋଗୁଁ ଭାରତୀୟ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଯିବାରେ ଲାଗିଛି ।

Get real time updates directly on you device, subscribe now.