fbpx

ଛାତ ଉପରେ ଉଡ଼ାଉଥିଲେ ତ୍ରିରଙ୍ଗା: କରେଣ୍ଟ ଲାଗିବାରୁ ଗୋଟିଏ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟା ବା ରବିବାର ଦିନ ନିଜ ଘରର ଛାତ ଉପରେ ତ୍ରିରଙ୍ଗା ଉଡ଼ାଉଥିବା ବେଳେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି ଘଟଣା ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୨୨ କିଲୋମିଟର ଦୂରରେ ଥିବା ପୋଲିସ ଷ୍ଟେସନ ପରିସରରେ ଥିବା ଅରସାଣ୍ଡେ ଗାଁରେ ଘଟିଛି । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ମଧ୍ୟ ୩ ଜଣଙ୍କ ମୃତ୍ୟୁରେ ଶୋକପ୍ରକାଶ କରିଛନ୍ତି ।

 

ରାଞ୍ଚି ପୋଲିସ ଅଧୀକ୍ଷକ (ଗ୍ରାମୀଣ) ନୌଶାଦ ଆଲାମ କହିଛନ୍ତି ଯେ, ରବିବାର ସନ୍ଧ୍ୟାରେ କାଙ୍କେ ପୋଲିସ ଷ୍ଟେସନ ଅଞ୍ଚଳର ଆରସାଣ୍ଡ ଗ୍ରାମରେ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ତିନି ଜଣ ଯଥା ଦୁଇ ଭଉଣୀ ଏବଂ ଭାଇଙ୍କର ମୃତ୍ୟୁ ଘଟିଛି ।

 

ସେ କହିଛନ୍ତି ଯେ, ଛାତ ଉପରେ ତ୍ରିରଙ୍ଗା ଲଗାଇବା ସମୟରେ ବିନିତ ଛାତ ଉପରେ ଯାଉଥିବା ୧୧ ହଜାର ଭୋଲ୍ଟର ଏକ ହାଇଟେନସନ୍ ତାର ସଂସ୍ପର୍ଶରେ ଆସିଥିଲେ । ଭାଇକୁୁ ବଞ୍ଚାଇବାକୁ ଯାଇ ଦୁଇ ଭଉଣୀ ପୂଜା ଏବଂ ଆରତୀ ମଧ୍ୟ କରେଣ୍ଟର ସଂସ୍ପର୍ଶରେ ଆସିଥିଲେ  । ସମସ୍ତ ତିନି ଭାଇଭଉଣୀ ବିଦ୍ୟୁତ୍ ସଂସ୍ପର୍ଶରେ ଆସିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି ।

Get real time updates directly on you device, subscribe now.