fbpx

ଦେଶର ପ୍ରଗତିରେ ଯୋଡି ହେବାକୁ ଆହ୍ୱାନ ଦେଲେ ନବୀନ

ଭୁବନେଶ୍ୱର: ଆଜି ଭାରତ ପାଳୁଛି ୭୬ ତମ ସ୍ୱାଧୀନତା ଦିବସ । ଆଜି ଏହି ଅବସରରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଡକୋ ପ୍ରଦର୍ଶନୀ ପଡିଆରେ ରାଜ୍ୟବାସୀଙ୍କୁ ଉଦବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ କହିଛନ୍ତି ଯେ ଓଡିଶାର ସଫଳତା ଅନ୍ୟ ମାନଙ୍କ ପାଇଁ ମାର୍ଗଦଶକ ପାଲଟିଛି ।

୭୦ଲକ୍ଷ ଲୋକମାନଙ୍କ ଶଶକ୍ତିକରଣ କରିବା ଠାରୁ ୩୧୫ ଟି ଆଦର୍ଶ ବିଦ୍ୟାଳରେ ୧ଲକ୍ଷରୁ ଅଧିକ ପିଲାଙ୍କ ପାଇଁ ପାଠ ପଢ଼ା , ୫ ହଜାରରୁ ଅଧିକ ଛାତ୍ରୀ ମାନଙ୍କ ରହଣି ପାଇଁ ୫୦ଟି ଛାତ୍ରାବାସ ମଧ୍ୟ ଗଠନ କରାଯାଉଛି । ଓଡିଶା ଶିକ୍ଷା ଉପରେ ଫୋକସ କରୁଛି । ଆଉ ଏହା ସହିତ ରାଜ୍ୟ ବିକାଶ ଦେଶର ବିକାଶରେ ମଧ୍ୟ ଗରୁତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଛି । ରାଜ୍ୟ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ଅନେକ ସୋପାନ ଦେଇ ଗତି କରିଛି । ଖାଦ୍ୟ ସଙ୍କଟ ଠାରୁ ଆରମ୍ଭ କରି ବର୍ତ୍ତମାନ ବଳକା ରାଜ୍ୟରେ ପରିବର୍ତ୍ତନ ହୋଇଛି । ଓଡିଶାର ସମସ୍ତ ଜାତିବର୍ଗଙ୍କ ବିକାଶ ପାଇଁ କାମ କରିଛି । କ୍ରୀଡା ଠାରୁ ଆରମ୍ଭ କରି ଶିକ୍ଷା ସବୁ କ୍ଷେତ୍ରରେ ଭାରତ ବିକାଶ କରିଛି । ବିପର୍ଯ୍ୟୟ ମୁବାବିଲାରେ ଦେଶର ଅନ୍ୟ ରାଜ୍ୟ ପାଇଁ ଏକ ଉଦାହରଣ ପାଲଟିଛି ।

ଦେଶର ପ୍ରଗତିରେ ଓଡିଶାର ମଧ୍ୟ ଅବଦାନ ବହୁତ ରହିଛି ବୋଲି ନବୀନ କହିଛନ୍ତି । ଦେଶ ପାଇଁ ସହିଦ ହୋଇଥିବା ବୀର ସଂଗ୍ରାମୀ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଦେଶ ଏବଂ ରାଜ୍ୟର ବିକାଶରେ ଯୋଡି ହେବା ପାଇଁ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ନବୀନ ।

 

Get real time updates directly on you device, subscribe now.